ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ଚାରି ଚାରି ଜଣ ସରକାରୀ ଚାକିରିଆଙ୍କୁ ବାନ୍ଧିଛି ଭିଜିଲାନ୍ସ । ସମସ୍ତେ ପ୍ୟାକ୍ସ ବା ପିଏସିଏସ୍ କର୍ମଚାରୀ ଅଟନ୍ତି । ସେମାନେ ହେଲେ ସମ୍ବଲପୁର ଜିଲ୍ଲା ତଲବର ପୂର୍ବତନ ସେକ୍ରେଟାରୀ ଭଗବାନ ପଟେଲ, କାଟରବାଗର ଭୁବନେଶ୍ୱର ସାହୁ, ବରଗଡ଼ କାନସିଂହାର ଛବିଳ ବେହେରା ଏବଂ କାନ୍ତିଲାଲ ଭୋଇ । ୬୪ ଲକ୍ଷ ୧୩ ହଜାର ୭୩୦ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । ନିଜ ପଦବୀର ଅପବ୍ୟବହାର କରି ସେମାନେ ସଂଗୃହିତ ଋଣ ପରିଶୋଧ ପରିମାଣ ଏବଂ ସାର ବିକ୍ରୟ ଅର୍ଥ ସହିତ ଜଡିତ ଉକ୍ତ ସରକାରୀ ଟଙ୍କା ହଡ଼ପ କରିଛନ୍ତି। ଉପରୋକ୍ତ ସୋସାଇଟିଗୁଡ଼ିକର ଡେ ବୁକରେ ଏଣ୍ଟ୍ରିଗୁଡ଼ିକୁ ହେରଫେର କରି ଏବଂ ସଦସ୍ୟଙ୍କ ସଞ୍ଚୟ ବ୍ୟାଙ୍କ ଜମା ଆକାଉଣ୍ଟରୁ ଟଙ୍କା ଉଠାଣ କରିଛନ୍ତି।