ଗଂଜାମ; ଗଂଜାମ ଜିଲ୍ଲା ପୋଲସରା ପୁରୁଷୋତ୍ତମପୁର ଥାନା ଶମା ଗାଁରେ ଏକ ଅଘଟଣ ଘଟିଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । ମୃତକ ସିକୁଳା ଗାଁର ସୁମନ୍ତ ମହାପାତ୍ର ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୁମନ୍ତ ନିଜ ଘର ଅଭିମୁଖେ ଆସୁଥିବା ସମୟରେ କିଛି ଦୁର୍ବୃତ୍ତ ସମା ସିକୁଳା ରାସ୍ତା ଉପରେ ତାଙ୍କୁ ସଂଘବଦ୍ଧ ଭାବରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ସୁମନ୍ତ ଗୁରୁତର ଆହତ ହୋଇଥିଲେ । ତେବେ ଗୁରୁତର ଅବସ୍ଥାରେ ସୁମନ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଏନେଇ ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁମନ୍ତଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।