ହାଇଦ୍ରାବାଦ: ମୁମ୍ବାଇ ପୋର୍ଟ ଜୋନର ପୋଲିସ ଉପାୟୁକ୍ତ (ଡିସିପି) ଡାକ୍ତର ସୁଧାକର ପଠାରେଙ୍କର ଅକାଳ ବିୟୋଗ ହୋଇଛି । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ମୁମ୍ବାଇର ହାଇଦ୍ରାବାଦ ଯାଉଥିବାବେଳେ ଆଇପିଏସ ପଠାରେଙ୍କର କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ନଗର କୁରନୁଲ ଏଏସପି ବୈଭବ ଗାୟକୱାଡ଼ ଏହି ସୂଚନା ଦେଇଛନ୍ତି ।
୨୦୧୧ ବ୍ୟାଚ୍ ଆଇପିଏସ ଡାକ୍ତର ସୁଧାକର ପଠାରେ ଏବଂ ତାଙ୍କ ଭାଇ ଭାଗବତ ଖୋଡକେ ଆଜି ତେଲେଙ୍ଗାନା ଯାଉଥିଲେ । ଏହି ସମୟରେ ଶ୍ରୀଶୌଲମ ନଗର କୁରନୁଲ ନିକଟରେ ତାଙ୍କ କାରଟି ଦୁର୍ଘଟଣା ହୋଇଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା ।
ଗତ ୨୦୨୪ ଡିସେମ୍ବର ମାସରେ ମଧ୍ୟ ଜଣେ ଆଇପିଏସ୍ ଅଧିକାରୀ ପ୍ରାଣ ହରାଇଥିଲେ । କର୍ଣ୍ଣାଟକ କ୍ୟାଡର ୨୦୨୩ ବ୍ୟାଚ୍ ଆଇପିଏସ ଅଧିକାରୀ ହର୍ଷବର୍ଦ୍ଧନ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହା ତାଙ୍କର ଚାକିରୀର ପ୍ରଥମ ଦିନ ଥିଲା । ସେ ମଧ୍ୟ ପ୍ରଦେଶର ମୂଳ ବାସିନ୍ଦା ଥିଲେ ।