ମହାକୁମ୍ଭ ମେଳାର ଭାଇରଲ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ପାଇଁ ଅଫର ଦେବା ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଏକ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ଆଗୁଆ ଜାମିନ୍ ଖାରଜ ହେବା ପରେ ଉତ୍ତରପ୍ରଦେଶର ଗାଜିଆବାଦରୁ ତାଙ୍କୁି ଗିରଫ କରାଯାଇଛି । ସନୋଜଙ୍କ ଉପରେ ଆରୋପ ଏହା ରହିଛି ଯେ, ସେ ଝାନ୍ସୀର ଜଣେ ଯୁବତୀଙ୍କୁ ସିନେମାରେ କାମ ଦେବାର ଲୋଭ ଦେଖାଇ ୪ବର୍ଷ ତାଙ୍କୁ ତାଙ୍କୁ ଶାରୀରିକ ଶୋଷଣ କରୁଥିଲେ । ଏପରିକି ୩ ଥର ଜବରଦସ୍ତି ଗର୍ଭପାତ କରାଇବା ସହ ତାଙ୍କୁ ବିଭିନ୍ନ ସମୟରେ ଧମକ ଦେଉଥିଲେ ।
ପୀଡ଼ିତାଙ୍କ କହିବା ମୁତାବିକ, ପ୍ରଥମେ ଫିଲ୍ମ ନିର୍ମାତା ସନୋଜ ମିଶ୍ରାଙ୍କ ସହ ତାଙ୍କ ଯୋଗାଯୋଗ ୨୦୦୦ମସିହାରେ ଟିକଟକ୍ ଓ ଇନଷ୍ଟ୍ରାଗ୍ରାମ୍ ଜରିଆରେ ହୋଇଥିଲା । ସେ ସମୟରେ ପୀଡ଼ିତା ଝାନସୀରେ ରହୁଥିଲେ । କଥାବାର୍ତ୍ତା ଜରିଆରେ ସନୋଜ ତାଙ୍କୁ ୨୦୨୧ ମସିହା ୧୭ ଜୁନରେ ଝାନସୀ ରେଳୱେ ଷ୍ଟେସନକୁ ଡାକିଥିଲେ । ଭେଟିବାକୁ ପୀଡ଼ିତା ଜଣକ ମନା କରିବାରୁ ଆତ୍ମହତ୍ୟା କରିବାର ଧମକ ଦେଇଥିଲେ । ଏବଂ ପରଦିନ ୧୮ ଜୁନରେ ବି ସମାନ ଢଙ୍ଗରେ ଡାକିଥିଲେ, ଏବଂ ଭେଟିବା ପରେ ଏକ ରିସର୍ଟକୁ ନେଇଯାଇଥିଲେ, ଏବଂ ସେଠାରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି ।
ପୀଡ଼ିତାଙ୍କ କହିବା ମୁତାବିକ ସନୋଜ ତାଙ୍କର ଆପତ୍ତିଜନକ ଭିଡ଼ିଓ ଓ ଫଟୋ ଉଠାଇ ତାହାକୁ ଭାଇରାଲ କରିଦେବାର ଧମକ ଦେଉଥିଲେ । ଏଫଆଇଆର ମୁତାବିକ, ସନୋଜ ବିବାହର ପ୍ରତିଶୃତି ଦେଇ ଅନେକ ଥର ଅନେକ ସ୍ଥାନରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଏପରିକି ସିନେମାର ଲୋଭ ଦେଖାଇ ପୀଡ଼ିତାଙ୍କୁ ମୁମ୍ବାଇ ନେଇ ଆସିବା ପରେ ଉଭୟେ ଲିଭ୍ ଇନ୍ ରିଲେସନରେ ରହୁଥିଲେ । ତେବେ ଚଳିତବର୍ଷ ଫେବୃୟାରୀ ବିବାହ କରିବାକୁ ମନା କରିବା ପରେ ପୀଡ଼ିତା ଜଣକ ତାଙ୍କ ନାଁରେ ଏଫଆଇଆର ରୁଜୁ କରିଛନ୍ତି । ଦିଲ୍ଲୀ ସେଣ୍ଟ୍ରାଲ ପୋଲିସ ସମସ୍ତ ଅଭିଯୋଗ ଏବଂ ଯାଂଚ କରିବା ପରେ ୪୫ ବର୍ଷୀୟ ସରୋଜ ମିଶ୍ରାଙ୍କୁ ଗିରଫ କରିଛି ।
ଅଧିକ ପଢନ୍ତୁ: ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ ; ହାତୁଡ଼ିରେ ବାପାର ମୁଣ୍ଡକୁ ପିଟି ହତ୍ୟା କଲା ପୁଅ