ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଅର୍ଥାତ ଆଜିଠୁ ଦେଶରେ ନୂଆ ଆର୍ଥିକ ବର୍ଷ ୨୦୨୫-୨୬ ଆରମ୍ଭ ହେଉଛି । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ ଅର୍ଥାତ ମଙ୍ଗଳବାର ୯୦୦ ଆବଶ୍ୟକୀୟ ଔଷଧର ଦର ବୃଦ୍ଧି ଘଟିଛି । ନ୍ୟାସନାଲ ଫାର୍ମାସ୍ୟୁଟିକଲ ଫାର୍ମାସ୍ୟୁଟିକଲ୍ସ ପ୍ରାଇସିଙ୍ଗ ଅଥୋରିଟି(ଏନପିପିଏ) ଏହି ୯୦୦ରୁ ଅଧିକ ଔଷଧର ମୂଲ୍ୟରେ ୧.୭୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଦାମ ବଢିଥିବା ଔଷଧ ତାଲିକାରେ ଜଟିଳ ସଂକ୍ରମଣ, ହାର୍ଟ ରୋଗ, ଡାଏବେଟିସ ପରି ରୋଗର ଔଷଧ ସାମିଲ ।
କେନ୍ଦ୍ର ରସାୟନ ଓ ଉର୍ବରକ ରାଷ୍ଟ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ଲୋକସଭାରେ ଔଷଧର ଦରବୃଦ୍ଧିକୁ ନେଇ ଏକ ଲିଖିତ ଉତ୍ତର ରଖିଛନ୍ତି । ସେ ଲିଖିତି ଜବାବରେ କହିଛନ୍ତି, ଡ୍ରଗ୍ସ(ପ୍ରାଇସ କଂଟ୍ରୋଲ) ଅର୍ଡର ୨୦୧୩(ଡିପିସିଓ, ୨୦୧୩) ପ୍ରାବଧାନ ମୁତାବକ ସମସ୍ତ ଅନୁସୂଚିତ ଔଷଧର ଦାମ ହୋଲସେଲ ପ୍ରାଇସ ଆଧାରରେ ସଂଶୋଧନ କରାଯାଇଛି ।
କେଉଁ କେଉଁ ଔଷଧର ଦାମ ବଢିଛି ?
- ଫାଇନାନସିଆଲ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଆଣ୍ଟିବାୟୋଟିକ ଆଜିଥ୍ରୋମାଇସିନର ୨୫୦ ଏମଜି ଓ ୫୦୦ ଏମଜିର ଟ୍ୟାବଲେଟ୍ ପିଛା ମୂଲ୍ୟ କ୍ରମଶଃ ୧୧.୮୭ ଓ ୨୩.୯୮ ଟଙ୍କା ବଢିଛି ।
- ଏମୋକ୍ସିସିଲିନ ଓ କ୍ଲେଭୁଲେନିକ ଏସିଡ ଯୁକ୍ତ ଡ୍ରାଇ ସିରପର ମୂଲ୍ୟ ମିଲିଲିଟର ପିଛା ୨.୦୯ ଟଙ୍କା ବୃଦ୍ଧି ଘଟିଛି ।
- ଡିକ୍ଲୋଫେନେକ(ପେନ କିଲର)ର ସର୍ବାଧିକ ମୂଲ୍ୟ ଟାବଲେଟ୍ ୍ ପିଛା ୨.୦୯ ଟଙ୍କା ମହଙ୍ଗା ହୋଇଛି ।
- ଇବ୍ରୁପ୍ରୋଫେନ(ପେନ କିଲର) ୨୦୦ ଏମଜିର ଟାବଲେଟ୍ ପ୍ରତି ଦର ୦.୭୨ ଟଙ୍କା ବଢିଛି । ୪୦୦ ଏମଜିର ଟାବଲେଟ୍ ୍ ପିଛା ଦର ୧.୨୨ ଟଙ୍କା ବୃଦ୍ଧି ଘଟିଛି ।
- ମଧୁମେହ ଔଷଧର ମୂଲ୍ୟ (ଡାପାଗ୍ଲିଫ୍ଲୋଜିନ୍ + ମେଟଫର୍ମିନ୍ + ହାଇଡ୍ରୋକ୍ଲୋରାଇଡ୍ + ଗ୍ଲିମେପିରାଇଡ୍) ପ୍ରତି ଟାବଲେଟ୍ ପ୍ରାୟ ୧୨.୭୪ ଟଙ୍କା ସ୍ଥିର କରାଯାଇଛି।
ଆସାଇକ୍ଲୋଭିର (ଆଣ୍ଟିଭାଇରାଲ୍)
- ୨୦୦ ମିଗ୍ରା: ପ୍ରତି ଟାବଲେଟ୍ ପାଇଁ ୭.୭୪ ଟଙ୍କା
- ୪୦୦ ମିଗ୍ରା: ପ୍ରତି ଟାବଲେଟ୍ ପାଇଁ ୧୩.୯୦ ଟଙ୍କା
ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ (ମ୍ୟାଲେରିଆ ପ୍ରତିଷେଧକ)
- ୨୦୦ ମିଗ୍ରା: ପ୍ରତି ଟାବଲେଟ୍ ପାଇଁ ୬.୪୭ ଟଙ୍କା
- ୪୦୦ ମିଗ୍ରା: ପ୍ରତି ଟାବଲେଟ୍ ପାଇଁ ୧୪.୦୪ ଟଙ୍କା ସ୍ଥିର କରାଯାଇଛି।