ମାଲକାନଗିରି: ଛତିଶଗଡ଼ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ମଙ୍ଗଳବାର ୧୩ ଜଣ ମାଓବାଦୀଙ୍କୁ ବିଜାପୁର ପୋଲିସ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ଜଣକ ନାମରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହା ସହିତ ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
ବିଜାପୁର ପୋଲିସ ବିଭିନ୍ନ ଥାନା ଅଂଚଳରେ ଚଢାଉ ୧୩ ଜଣ ନକ୍ସଲଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୭ ଜଣଙ୍କ ନାମରେ ମାମଲା ରହିଛି । ଉସୁର ଥାନାର ପୋଲିସ ପାର୍ଟି ଉପରେ ବୋମା ବିସ୍ଫୋରଣ କରିବା ନେଇ ମାମଲା ରହିଛି । ସେହିପରି ମାରୁଡବାକା ଗ୍ରାମରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିବା ମାମଲାରେ ଅନ୍ୟ ୬ ଜଣ ସାମିଲ ଅଛନ୍ତି । ଏମାନଙ୍କ ନିକଟରୁ ଟିଫିନ ବୋମା, କୋଡେକ୍ସ ତାର, ପୋଷ୍ଟର ଆଦି ଜବତ କରାଯାଇଛି। ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।