କନ୍ଧମାଳ : ନିଶାସକ୍ତ ଅବସ୍ଥାରେ ପୁଅର ଉନ୍ମତ୍ତ କାଣ୍ଡ । ହାତୁଡିରେ ଛେଚି ଛେଚି ବାପାକୁ ହତ୍ୟା କଲା ପୁଅ । ଫିରିଙ୍ଗିଆ ଥାନା ପବିଙ୍ଗିଆ ପଂଚାୟତ ଲାମପଦର ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ , ଗୁରୁବାର ମଧ୍ୟରାତ୍ରୀ ସମୟରେ ପୁଅ ସୁରଜ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିବା ବେଳେ ବାପା ଡକେଣା ଦିଗାଲ ବାହାରକୁ ପରିସ୍ରା କରିବାକୁ ଉଠିଥିଲେ । ପୁଅକୁ ଏଭଳି ଅବସ୍ଥାରେ ଦେଖି ତାକୁ ଗାଳି ଗୁଲଜ କରିଥିଲେ । ଏହାପରେ ନିଶାସକ୍ତ ଅବସ୍ଥାରେ ଥିବା ପୁଅ ଉତ୍ତ୍ୟକ୍ତ ହୋଇ ହାତୁଡିରେ ବାପାଙ୍କ ମୁଣ୍ଡକୁ ପିଟି ଚାଲିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ବାପା ଡକେଣା ଦିଗଲଙ୍କ ମୃତ୍ୟୁ ହୋଇଥିଲା ।
ତେବେ କିଛି ସମୟ ପରେ ସ୍ୱାମୀ ଘରକୁ ନଫେରିବାରୁ ସ୍ତ୍ରୀ ବାହାରକୁ ଆସି ଦେଖିଲା ବେଳକୁ ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଥିଲା । ଏନେଇ ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାକାରୀ ପୁଅକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।