ଫୁଲବାଣୀ: ଲାଞ୍ଚ ନେବା ମାମଲାରେ ଜଣେ ପୂର୍ବତନ ହେଲଥ୍ ଅଫିସର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ହେଲଥ ଅଫିସର ତଥା ତାଳଚେର ସବ-ଡିଭିଜନ ହସ୍ପିଟାଲର ମେଡ଼ିକାଲ ଅଫିସର ନୀତିଶ ନିଶାନ୍ତ ମାଲୁ । ଏକ ଲାଞ୍ଚ ନେବା ମାମଲାରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଡାକ୍ତର ନୀତିଶ ନିଶାନ୍ତ ମାଲଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ସହିତ ଜରିମାନ ଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ୨୦୧୮ରେ ଜଣେ ହେଲଥ ୱାର୍କରଙ୍କଠାରୁ ବିଲ ପାସ୍ କରାଇଦେବାକୁ ୭୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ ।