ବ୍ୟୁରୋ: ଗୁଜୁରାଟରେ ବାନସକାଂଠା ଜିଲ୍ଲାରେ ହୋଇଥିବା ବାଣ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଛାତିଥରା ବିସ୍ଫୋରଣରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି ।
ବନାସକାଂଠାର ଜିଲ୍ଲାପାଳ ମିହିର ପଟେଲଙ୍କ ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ଟା ୪୫ ମିନିଟ ସମୟରେ ଡୀସାରେ ଧୁନୱା ରୋଡ଼ରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଥିଲା । ଏହା ପରେ ସେଠାରେ ଅଗ୍ନିଶମ ବାହିନୀକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଥିଲା । କାରଖାନାର ବଏଲର୍ ବିସ୍ଫୋରଣ ହୋଇଥିବା କୁହାଯାଉଛି । ବିସ୍ଫୋରଣ ଏତେ ଭୟଙ୍କରଥିଲା ଯେ କାରଖାନାର ଛାତ ଭୁଷୁଡ଼ି ପଡ଼ିଥିଲା । ଫଳରେ ସେଠାରେ ଥିବା ଶ୍ରମିକମାନେ ଫସିଯାଇଥିଲେ ।
ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପରେ ମୃତ ଦେହ ଗୁଡ଼ିକୁ ଉଦ୍ଧାର କରିଛନ୍ତି । ଖବର ଲେଖାଯିବା ବେଳକୁ ୧୩ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଆହୁରି ଶ୍ରମିକ ସେଠାରେ ଥିବା ଆହୁରି ଶ୍ରମିକ ଫସି ରହିଛନ୍ତି । ଅନ୍ୟପକ୍ଷରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଲନପୁରା ଏବଂ ଡୀସା ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।