ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର ସୂଚନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମିଲ ମଧ୍ୟ ଦିଲ୍ଲୀ ଯିବେ । ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦାଧିକାରୀଙ୍କ ସହିତ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ମୁଖ୍ୟମନ୍ତ୍ରୀ ଦଳୀୟ ନେତୃବୃନ୍ଦ ସହିତ ମଧ୍ୟ ସାକ୍ଷାତ କରିପାରନ୍ତି ।
ଅନ୍ୟପକ୍ଷରେ ଏକା ସାଙ୍ଗରେ ରାଜ୍ୟ ମୁଖ୍ୟ ଏବଂ ଦଳୀୟ ମୁଖିଆଙ୍କ ଗସ୍ତକୁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ ଏକ ମହତ୍ୱପୂର୍ଣ୍ଣ ଆଲୋଚନା ଏବଂ ନିଷ୍ପତ୍ତି ହେବାର ଅନୁମାନ କରାଯାଉଛି । ନିକଟରେ ମୋହନ ସରକାରଙ୍କୁ ଦୁଇ ବର୍ଷ ପୂରଣ ହୋଇଛି । ଦୁଇ ବର୍ଷ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇ ନାହିଁ ।
ପ୍ରକାଶ ଯୋଗ୍ୟ, ଜୁଲାଇ ୩ରୁ ୫ ତାରିଖ ମଧ୍ୟରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ବିଜେପିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସାମଲ ସୂଚନା ଦେଇଛନ୍ତି। ଅମିତ ଶାହଙ୍କ ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।