ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୧୫ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରିଛି । ଏକ ବସରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ସମସ୍ତେ ଆନ୍ଧ୍ର ପ୍ରଦେଶ ବିଜୟୱାଡ଼ାକୁ ଯାଉଥିଲେ ବୋଲି ଜଣାପଡ଼ିଛି । ସମର କୋର୍ସ ଓ ସୁଟିଂ ନାଁରେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ସମସ୍ତଙ୍କୁ ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯାଇଛି ।
ସିଡବ୍ଲୁସି ସଦସ୍ୟ ଅଜୟ ହାଲଦାରଙ୍କ ସୂଚନା ମୁତାବକ, ଗତକାଲି ରାତିରେ ଶିଶୁ ଚାଲାଣ ନେଇ ସିଡବ୍ଲ୍ୟୁସିକୁ ଏକ ଫୋନ୍ ଆସିଥିଲା । ଏହା ପରେ ସିଡବ୍ଲ୍ୟସି ଟିମ୍ ଏବଂ ପୋଲିସ ମିଳିତ ଚଢ଼ଉ କରିଥିଲେ । ସାଇ କ୍ରୀଷ୍ଣା ନାମକ ଏକ ଘରୋଇ ବସରେ ସମସ୍ତ ପିଲାଙ୍କୁ ଠାବ କରାଯାଇଥିଲା । ଯେଉଁଥିରେ ଉଭୟ ନାବାଳକ ଏବଂ ନାବାଳିକା ରହିଛନ୍ତି । ସମସ୍ତେ ସମର କୋର୍ସ ଏବଂ ସୁଟିଂ କରିବାକୁ ଯାଉଥିଲେ ବୋଲି କହିଛନ୍ତି ।