ବଲାଙ୍ଗିର: ପୁଣି ଭାଲୁ ଏବଂ ମଣିଷ ଭିତରେ ସଂଘର୍ଷ। ଶୌଚ ବେଳେ ଭାଲୁ ଆକ୍ରମଣ। ଆକ୍ରମଣରେ ଜଣେ ଗୁରୁତର। ଗୁରୁତର ଜଣକ ହେଲେ ନୂଆପଡ଼ା ଗାଁର ଟିକେ କେତକୀ। ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ରେ ଭର୍ତି କରାଯାଇଛି। ତେବେ ଟିକେ କେତକୀ ଗରୀବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ସରକାରୀ ସାହାର୍ଯ୍ୟ କରାଯାଉ ବୋଲି ତାଙ୍କ ସମ୍ପର୍କୀୟ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ପ୍ରତିଦିନ ଟିକେ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଆନ୍ତି। ଆଜି ଭୋର ସମୟରେ ମଧ୍ୟ ଶୌଚ ହେବା ପାଇଁ ଜଙ୍ଗଲକୁ ଯାଇଥିଲେ। ଶୌଚ ହେବା ସମୟରେ ହଠାତ ଏକ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଥିଲା। ଫଳରେ ଟିକେ ଲହୁଲୁହାଣ ହୋଇଯାଇଥିବା ବେଳେ ତାଙ୍କ ଦେହରେ ଗଭୀର ଆଘାତ ଲାଗିଥିଲା। ଟିକେଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସିବାକୁ ଭାଲୁଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ତେଣୁ ସ୍ଥାନୀୟ ଲୋକେ ଟିକେନକୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲରେ ଭର୍ତି କରିଥିଲେ।