ମୟୁରଭଞ୍ଜ: ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶିକ୍ଷକଙ୍କର ଆକସ୍ମିକ ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ଜଣକ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡଗାଁ ଅଞ୍ଚଳର ରାଜ କପୁର ହେମ୍ବ୍ରମ ।
ରାଜ କପୁର ହେମ୍ବ୍ରମ ବେତନଟି ଥାନା ପୁରିନ୍ଦା ସ୍ଥିତ କଖାରୁଆ ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ବାରିପଦା ସ୍ଥିତ ତକତପୁର ଠାରେ ରୁହନ୍ତି । ଗତକାଲି ସେ ଜନଗଣନା ପାଇଁ ନିକଟସ୍ଥ ଖମାରୀ ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରିବା ପରେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ । ଦେହରୁ ଝାଳ ବାହାରିବା ସହିତ ପାଟିରୁ ଫେଣ ବାହାରିଥିଲା । ପରିବାର ଲୋକେ ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହା ହୃଦଘାତ ଏବଂ ଅଂଶୁଘାତ ଜନିତ ମୃତ୍ୟୁ ତାହା ସ୍ପଷ୍ଟ ହୋଇ ନାହିଁ ।