ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା । ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧା ହୋଇଛନ୍ତି ବୃଦ୍ଧ । ସେ ହେଲେ ୬୭ ବର୍ଷୀୟ ଦିପକ ପ୍ରଧାନ । ସେ ଜଣେ ଗ୍ରୋସରୀ ଦୋକାନୀ ଅଟନ୍ତି ।
ଇନଫୋଭାଲି ଥାନା ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ବୃଦ୍ଧଙ୍କ ଦୋକାନ ନିକଟରେ ଏକ ଛାତ୍ରୀନିବାସ ରହିଥିଲା । ଉକ୍ତ ଦୋକାନୀ ଜଣକ ହଷ୍ଟେଲରେ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ସମସ୍ତ ସିସିଟିଭି ଫୁଟେଜ ଏବଂ ଅନ୍ୟ ପାରିପାର୍ଶ୍ୱିକ ପ୍ରମାଣକୁ ନେଇ ତଦନ୍ତ କରିବା ପରେ ବୃଦ୍ଧଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ସେପଟେ ବୃଦ୍ଧଙ୍କୁ କୋର୍ଟରେ ହାଜର କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ତଦନ୍ତ ଜାରି ରଖିଛି ।