ଭୁବନେଶ୍ୱର: ୨୫ ବର୍ଷ ଭିତରେ ବିଜେଡି ଟ୍ରକ ଲୋଡ଼ ହୋଇଯାଇଥିଲା। ଏବେ ବିଜେପି ଟ୍ରକ ଲୋଡ଼ ହେଉଛି। ଦଳବଦଳ କଲେ ବି ସଂଗଠନ ଦୁର୍ବଳ ହେବାର ନାହିଁ । ପୂର୍ବରୁ ବିଜେଡିରେ ବହୁତ ବିଜେପି- କଂଗ୍ରେସ ନେତା ମିଶିଥିଲେ। ହେଲେ ତାଙ୍କ ସଙ୍ଗଠନ କ'ଣ ଦୁର୍ବଳ ହୋଇଥିଲା କି? ଯଦି ହୋଇଥିଲା, ତେବେ ତାଙ୍କ ଦଳ କେମିତି କ୍ଷମତାକୁ ଆସିଲ। ଲୋକେ ଯେବେ ମିଶନ୍ତି, ନିଜସ୍ୱ ଏଜେଣ୍ଡାକୁ ନେଇ ଦଳ ପରିବର୍ତ୍ତନ କରନ୍ତି। ଏଥିରେ ଦଳର ସ୍ୱାର୍ଥ ହାନୀ ହୁଏ ନାହିଁ ବୋଲି କହିଛନ୍ତି ବିଜେଡ଼ିର ପୂର୍ବତନ ବିଧାୟକ ସୁଧୀର ସାମଲ ।
ବିଜେଡ଼ିର ଏକାଧିକ ନେତା ଦଳ ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୁଧୀର ସାମଲ । ବର୍ତ୍ତମାନ ଆମ ଦଳ କ୍ଷମତାରେ ନାହିଁ । ଆମେ ବିରୋଧୀ ଭୂମିକା ଲିଭାଉଛୁ । ବିରୋଧୀ ଭୂମିକାରେ ନେତୃବୃନ୍ଦଙ୍କୁ କିଛି ଲାଭ ମିଳେନି। ବିରୋଧାଭାସ କଲେ ଜନସାଧାରଣଙ୍କୁ ଲାଭ ମିଳେ। ଯାହାକୁ ଲାଭ ମିଳୁନି, ସେ ଦଳ ଛାଡ଼ିବା ସ୍ୱାଭାବିକ । ୨୫ ବର୍ଷ ଧରି ଲୋକେ ଜଣେ ନେତୃତ୍ୱଙ୍କୁ ଭରଷା କରି ଭୋଟ୍ ଦେଇ ଆସୁଥିଲେ। ଏବେ କେମିତି ନେତୃତ୍ୱ ସଙ୍କଟ କହି ନେତା ଦଳ ଛାଡ଼ୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ବି ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନେତୃତ୍ୱ ନେଉଛନ୍ତି । ସଂଗଠନ ବି ବହୁତ ଭଲ ଅଛି । ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସବୁ ଜାଗାରେ ସଂଗଠନ କଥା ବୁଝିବା ପାଇଁ ନେତୃବୃନ୍ଦ ଅଛନ୍ତି । ନବୀନ ବାବୁ ବି ଅଭିଯୋଗ ଶୁଣୁଛନ୍ତି। କ'ଣ କଲେ ସଂଗଠନର ଉନ୍ନତି ହେବ, ସେ ବାବଦରେ ବି ଆଲୋଚନା କରୁଛନ୍ତି। ଜଣେ ଭୁଲ କଲେ, କାହା ଉପରେ ତ ଦୋଷ ଲଦିବ। ସେଥିପାଇଁ ଦଳ ଛାଡୁଥିବା ନେତା ଏଭଳି ଆରୋପ ଲଗାଉଛନ୍ତି।
ସେ ଆହୁରି କହିଛନ୍ତି ଯେ ବିଜେଡି କ୍ଷମତାରେ ଥିଲା, ସେତେବେଳେ ବିରୋଧୀ ଦଳରୁ ଶହ ଶହ ନେତା ବିଜେଡିରେ ମିଶୁଥିଲେ। ଏବେ ବିଜେପି କ୍ଷମତାରେ ଅଛି, ଶହ ଶହ ନେତା ମିଶିବେ। ଏଥିରେ କୌଣସି ଅସ୍ୱାଭାବିକତା ନାହିଁ। ଯେଉଁଠି ଯାହାର ସ୍ୱାର୍ଥ ଥାଏ, ବ୍ୟବସାୟ କରିବାର ଥାଏ, ସେ ଯିବ ।