ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତି ବୁଥରେ ପହଁଚିବେ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୁଥ ସ୍ତରୀୟ ସମୀକ୍ଷା ଆରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବୁଥ ସ୍ତରର ନେତାଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି । ସମସ୍ତ ସରକାରୀ ଯୋଜନା କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି । ସେହିପରି ଦଳ ବୁଥ ସ୍ତରରେ ସଂଗଠନ କିଭଳି ମଜବୁତ ହେବ, ମୁଖ୍ୟମନ୍ତ୍ରୀ ବୁଥ ସ୍ତରୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଦୁଇଟି ବୁଥର ନେତାଙ୍କ ସହ ଚର୍ଚ୍ଚା ଆଲୋଚନା କରିଛନ୍ତି।
ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୋଟିଏ ବୁଥର ନେତା ସହ ଆଲୋଚନା କରିଛନ୍ତି । ସୁରେଶ ପୂଜାରୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ସବୁ ବୁଥର ସମୀକ୍ଷା ପର୍ଯ୍ୟାୟ କ୍ରମେ କରାଯିବ । ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ବୁଥରେ ସ୍ତରରେ କରିବେ ବୈଠକ ବୋଲି ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି।