ଭୁବନେଶ୍ୱର: ଅମାନିଆ ଇସ୍କନକୁ ଯେତେ କହିଲେ ବି ସୁଧୁରିବାର ନାଁ ଧରୁନାହିଁ । ଭକ୍ତି ନାଁରେ ଜଗନ୍ନାଥ ସଂସ୍କୃତିକୁ ବାରମ୍ବାର ଅପମାନିତ କରିବାର ଧାରା ବଜାୟ ରଖିଛି । ବିଦେଶରେ ପୁଣି ଥରେ ଅଦିନିଆ ରଥଯାତ୍ରା ପାଳନ କରିଛି ଇସ୍କନ ।
ଗତ ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଟେକ୍ସାସ୍ ଓ ବ୍ରିସବେନ୍ରରେ ରଥଯାତ୍ରା ଆୟୋଜନ କରାଯାଇଛି । ଖାଲି ସେତିକି ନୁହେଁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀକୁ ମନଇଚ୍ଛା ଆକାର ଦିଆଯାଇଛି । ଯେଉଁଥିରେ ଜଗନ୍ନାଥଙ୍କ ହାତର ପାପୁଲି ରହିଛି । ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି । ଖାଲି ସେତିକି ନୁହେଁ ଚଳିତ ବର୍ଷ ଇସ୍କନ ବିଶ୍ୱର ୮୦ଟି ସ୍ଥାନରେ ରଥଯାତ୍ରା ଓ ୧୦ଟି ସ୍ଥାନରେ ସ୍ନାନଯାତ୍ରାର ଆୟୋଜନ ପାଇଁ ପୂର୍ବରୁ ତାରିଖ ସ୍ଥିର କରି ସାରିଛି ।
ଅଦିନିଆ ରଥଯାତ୍ରା ପାଳନ ନ କରିବାକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନକୁ ଚିଠି ଲେଖିଥିଲେ । ଏଭଳି ଭୁଲର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ଇସ୍କନ କହିଥିଲା । କିନ୍ତୁ ଇସ୍କନ ପକ୍ଷରେ କୌଣସି ପରିବର୍ତ୍ତନ ଦେଖାଯାଇଛି ।