ପଶ୍ଚିମବଙ୍ଗର ରାଜନୈତିକ ମଞ୍ଚରେ ଏବେ ଓଡ଼ିଶାର ଛାପ ସ୍ପଷ୍ଟ ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର ବଙ୍ଗ ରାଜନୀତି ଗରମ ହୋଇଯାଇଛି। ବିଜେପି ପ୍ରାର୍ଥୀଙ୍କ ପକ୍ଷରେ ଜୋରଦାର ପ୍ରଚାର କରିବା ପାଇଁ ସେ ମାରାଥନ କ୍ୟାମ୍ପେନ ଆରମ୍ଭ କରିଛନ୍ତି।
ବାଗଦା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ରୋଡ୍ ଶୋ’ କରି ଲୋକଙ୍କ ମନ ଜିତିବାକୁ ଯାଉଛନ୍ତି ମାଝୀ। ଏହା ସହ ରାଜାରହାଟରେ ଆୟୋଜିତ ବିଶାଳ ଜନସଭାରେ ସେ ଯୋଗଦେଇ ଦଳୀୟ ଶକ୍ତିକୁ ଆହୁରି ମଜବୁତ କରିବେ।
ବିଶେଷ କରି ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆ ଭୋଟରମାନଙ୍କୁ ଲକ୍ଷ୍ୟ କରି ମାଝୀଙ୍କ ରଣନୀତି ସ୍ପଷ୍ଟ। ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରି, ଭୋଟକୁ ବିଜେପି ପକ୍ଷରେ ଏକତ୍ର କରିବାରେ ସେ ଲାଗିପଡ଼ିଛନ୍ତି। “ଏକତା ଓ ଉନ୍ନତି” ର ସନ୍ଦେଶ ନେଇ ସେ ଲୋକମାନଙ୍କୁ ଆକୃଷ୍ଟ କରୁଛନ୍ତି।
ଏପରିକି, ଅପ୍ରେଲ ୨୯ରେ ହେବାକୁ ଯାଉଥିବା ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ସବୁ ଦଳ ଜୋରଦାର ପ୍ରଚାରରେ ଲାଗିଛନ୍ତି। ଏଥିପାଇଁ ଆଜି ସଂଧ୍ୟାରେ ସରୁଛି ପ୍ରଚାର। ୧୪୨ ସିଟ୍ ପାଇଁ ମତଦାନ ହେବ। ଯେଉଁଥି ପାଇଁ ସବୁ ଦଳ ଜୋରସୋରରେ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରବିବାର ରାତିରେ ରୋଡ ଶୋରେ ସାମିଲ ହୋଇଥିଲେ।