ନବରଙ୍ଗପୁର: ଗୁରୁ ନାଁରେ କଳଙ୍କ । ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟୀ ଥାନା ଅଞ୍ଚଳରେ ଥିବା ଏକ ସେବାଶ୍ରମର ପ୍ରଧାନ ଶିକ୍ଷକ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଛନ୍ତି । ସେ ହେଲେ ପ୍ରଧାନଶିକ୍ଷକଗ ସୁକାନ୍ତ କୁମାର ଷଡ଼ଙ୍ଗୀ । ତାଙ୍କୁ ଚାକିରୀରୁ ମଧ୍ୟ ନିଲମ୍ବିତ କରାଯାଇଛି ।
ସୂଚନା ଥାଉକି, ଗତ ଏପ୍ରିଲ ୧୫ ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡଙ୍ଗୀ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା । ପୀଡିତା ଛାତ୍ରୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ପିଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ତେନ୍ତୁଳିଖୁଣ୍ଟି ଥାନା ପୋଲିସ କେଶ ନମ୍ବର ୮୧/୨୬ ରେ ମାମଲା ରୁଜୁ କରି ପୋକ୍ସ, ଏଟ୍ରୋସିଟି, ଏବଂ ଜେଜେ ଆକ୍ଟରେ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ପୋଲିସ ପିଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସିଡବ୍ଲୁସି ନିକଟରେ ହାଜର କରାଇଥିଲେ । ଅଭିଯୁକ୍ତ ଶିକ୍ଷକଙ୍କୁ ପୋକ୍ସ କୋର୍ଟରେ ହାଜର କରାଯିବା ପରେ କୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରିଥିଲେ । ଏହା ପରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଜେଲ ପଠାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ।