ପୁରୀ: ଆଉ କିଛି ସମୟ ପରେ ବଡ଼ଦାଣ୍ଡରେ ଗଡିବ ତିନିରଥ । ଭକ୍ତିର ଡୋରିରେ ଟାଣି ହୋଇଯିବେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡି ହୋଇ ତିନିରଥରେ ବିରାଜମାନ କରିଥିଲେ ଶ୍ରୀଜିଉ । ଏହା ପରେ ରଥ ଉପରେ ଥିବା ନୀତିକାନ୍ତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିଥିଲେ । ଏହା ପରେ ତିନିରଥରେ ‘ଛେରାପହଁରା’ ନୀତି କରାଯାଇଥିଲା ।
ଗଜପତି ମହାରାଜ ରାଜାବେଶରେ ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରି ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କରିଥିଲେ । ଏହା ପରେ ଅନ୍ୟ ଦୁଇ ରଥରେ ଛେରାପହଁରା କରିଥିଲେ । ବଡଦାଣ୍ଡ ଲୋକାରଣ୍ୟ ହେବା ସହିତ ଘଣ୍ଟ ଘଣ୍ଟା ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ।