ଭୁବନେଶ୍ୱର : ଆଜି ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କୁ ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି ଭକ୍ତ। ସକାଳ ପ୍ରହରରୁ ଲାଗିଛି ଭକ୍ତଙ୍କ ଭିଡ। ତେବେ ଆଜିର ଏହି ପବିତ୍ର ଦିବସ ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମ୍ପତି ପବିତ୍ର ରଥଯାତ୍ରାରେ ସମସ୍ତଙ୍କ ଶାନ୍ତି ଓ ସୁଖ ସମୃଦ୍ଧିର କାମନା କରିବା ସହ ପ୍ରଭୁଙ୍କର ସ୍ବର୍ଗୀୟ ଆଶୀର୍ବାଦ କାମନା କରି ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ରାଜ୍ୟବାସୀଙ୍କୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମସ୍ତ ନିୟମ ମାନି, ନିଷ୍ଠାର ସହ ରଥଯାତ୍ରାରେ ସାମିଲ ହୋଇ ରଥାରୁଢ଼ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ଆଶୀର୍ବାଦ ଲାଭ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ରାଜ୍ୟବାସୀଙ୍କର ଶୃଙ୍ଖଳିତ ଦର୍ଶନ ତଥା ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।