ପୁରୀ : ସମସ୍ତ ନୀତିକାନ୍ତିରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ପ୍ରଥମ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ନିଜେ ନୀତି ଶେଷ ହେବା ପରେ ଆରମ୍ଭ ହୋଇଛି ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡି ନୀତିରେ ସେବାୟତମାନେ ଶ୍ରୀ ଜିଉମାନଙ୍କୁ ରତ୍ନବେଦୀରୁ ରଥକୁ ଘେନି ଆଣୁଛନ୍ତି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀନଅରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା ପରେ ପରେ କାଳିଆ ଠାକୁର ପହଣ୍ଡି ବିଜେ ହୋଇଛନ୍ତି ।
ଆଜି ଏହି ପବିତ୍ର ଅବସରରେ ପୁରୀ ବେଳା ଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିରେ ୧୦୧ ଜଗନ୍ନାଥ ପ୍ରତିମା କରିଛନ୍ତି। ଏଥିସହ ତିନି ରଥ ମଧ୍ଯ ବାଲିରେ ବିରାଜମାନ କରିଛନ୍ତି। ଏହା ସହିତ ଲେଖା ଯାଇଛି ' ଜୟ ଜଗନ୍ନାଥ' । ସୁଦର୍ଶନ ପଟ୍ଟନାୟକଙ୍କ ଏହି ବାଲୁକା କଳା ସମସ୍ତ ପର୍ଯ୍ୟଟକଙ୍କୁ ଭାବ ଭକ୍ତିମୟ କରିଛି।