ପୋଖରୀରେ ବୁଡ଼ି ଚାଲିଗଲା ଜୀବନ । ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ର ଜଣକ ହେଉଛନ୍ତି ଟାଙ୍ଗରିଆପାଳ ଅଞ୍ଚଳର ସମୀର ବେହେରା। ସେ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ।
କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁର ଗାଁରେ ନିଜ ଭଉଣୀ ଘରକୁ ସେ ବୁଲିବାକୁ ଯାଇଥିଲେ। ଆଜି ସକାଳୁ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ବୁଡ଼ି ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ଶେଷରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲା। ଶେଷରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢନ୍ତୁ: ପୁରୀର ପବିତ୍ର ପୁଷ୍କରଣୀ ଶ୍ୱେତଗଙ୍ଗାରୁ ଯୁବକଙ୍କ ମୃତଦେହ ଉଦ୍ଧାର