ପୁରୀର ପବିତ୍ର ପୁଷ୍କରଣୀ ଶ୍ୱେତଗଙ୍ଗାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ବସ୍ତା ଅଞ୍ଚଳର ଗୋବିନ୍ଦ ବିନ୍ଧାଣି । ଆଜି (ରବିବାର) ସକାଳୁ ପୁଷ୍କରଣୀରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ସଦର ମେଡିକାଲ ନିଆଯାଇଛି ।
ଅଧିକ ପଢନ୍ତୁ: ଆଲିଆଙ୍କ ସହ ବିବାହ କରିବା ପୂର୍ବରୁ ମୁଁ ବିବାହିତ
କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତା’ର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୁଲିସ ପହଂଚି ମୃତ୍ୟୁ ଘଟଣାର ଛାନଭିନ୍ ଆରମ୍ଭ କରିଛି ।