ଭୁବନେଶ୍ୱର: ୟୁଟ୍ୟୁବର ତଥା ହାସ୍ୟ ଅଭିନେତା ଗୁଲୁଆଙ୍କ ପତ୍ନୀ ବର୍ଷା ସ୍ୱାମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ବର୍ଷା କହିଛନ୍ତି, ସ୍ୱାମୀ ମୋତେ ଘରୁ ନିର୍ଯାତନା ଦେଇ ବାହାର କରିଛନ୍ତି। ଅନେକ ଝିଅଙ୍କ ସହ ତାଙ୍କର ସମ୍ପର୍କ ଥିବାର ମୁଁ ପ୍ରମାଣ ପାଇଛି। ମୋ ସହ ସମ୍ପର୍କ ନ ତୁଟାଇ ଅନ୍ୟଝିଅଙ୍କ ସହ ସମ୍ପର୍କ ରଖିବାକୁ କେମିତି ଗ୍ରହଣ କରିବି ବୋଲି ପ୍ରଶ୍ନ କରିଛନ୍ତି।
ତେବେ ସ୍ୱାମୀଙ୍କ ସବୁ କଳାଚିଠା ମୋ ହାତରେ ରହିଛି। ମୋ ପାଖରେ ମେଡିକାଲ୍ ରିପୋର୍ଟ ମଧ୍ୟ ଅଛି। ତାଙ୍କ ଫ୍ୟାମିଲି ମୋତେ ଯେଉଁଭଳି ଟର୍ଚର୍ କରିଛନ୍ତି। ମୁଁ ବର୍ଷେ ହେଲାଣି ଘରୋଇ ନିର୍ଯାତନାର ଶିକାର ହୋଇଛି। ମତେ ଗୁଲୁଆ ଓ ତାଙ୍କ ପରିବାର ଲୋକ ସବୁବେଳେ ମାଡ ମାରୁଥିଲେ। ୬ ମାସ ଯାଏ ମତେ ଶୁଣା ବି ଯାଉ ନଥିଲା। ତେବେ ଗତ ୯ ମାସ ହେବ ମୁଁ ବହୁତ ସହିଛି। ଦୀର୍ଘ ବର୍ଷେ ହେବ ମୁଁ ଚୁପ୍ ରହିଥିଲି, ହେଲେ ଏବେ କିନ୍ତୁ ମୁଁ ଚୁପ୍ ରହିବିନି ବୋଲି ଗଣମାଧ୍ୟମରେ କହିଛନ୍ତି ଗୁଲୁଆଙ୍କ ପତ୍ନୀ।
ଆଜି ସକାଳେ ହାସ୍ୟ ଅଭିନେତା ଗୁଲୁଆ ଭିଡିଓ ସେୟାର କରି ତାଙ୍କୁ ମାରିଦେବାକୁ ଧମକ ଦିଆଯାଉଥିବା କହିଥିଲେ। ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ସୁରକ୍ଷା ଲୋଡ଼ିଥିଲେ। ୫୦ ଲକ୍ଷ ଟଙ୍କା ଦାବି କରିବା ସହ ତାଙ୍କୁ ବଦନାମ କରିବାକୁ ଧମକ ମିଳୁଥିବା ନେଇ ଭିଡିଓରେ କହିଥିଲେ।ପୁଲିସ୍ ପ୍ରଶାସନ ତାଙ୍କୁ ସୁରକ୍ଷା ଯୋଗାଇଦେଉ ବୋଲି ସେ ଦାବି କରିଥିଲେ। ସେପଟେ ଗୁଲୁଆ ପତ୍ନୀ ବର୍ଷା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ସାମ୍ନାକୁ ଆସି ଗୁଲୁଆଙ୍କ ପୋଲ୍ ଖୋଲିଛନ୍ତି ବର୍ଷା।
ଅଧିକ ପଢନ୍ତୁ: ଗୁଲୁଆଙ୍କୁ ହତ୍ୟା ଧମକ: ଟଙ୍କା ଦିଅ ନହେଲେ ଛାଡ଼ିବୁନି... ତୁରନ୍ତ ସହାୟତା ପାଇଁ କଲେ ଗୁହାରୀ