ପୁରୀ: ୱାଲ୍ଡ ରେକର୍ଡ ବୁକ ଅଫ ଇଣ୍ଡିଆରେ ସ୍ଥାନିତ ହେଲା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ସେଓ ଓ ବାଲିରେ ନିର୍ମିତ ସାଣ୍ଟା କ୍ଲଜ l ଗତକାଲି ପ୍ରାୟ ଦେଢ ଟନ ସେଓ ବ୍ୟବହାର କରି ସୁଦର୍ଶନ ୬୦ଫୁଟ ଲମ୍ବା ,୨୨ଫୁଟ ଉଚ୍ଚତା ଓ ୪୫ଫୁଟ ଚଉଡା ବିଶିଷ୍ଟ ଏକ ସାଣ୍ଟା କ୍ଲଜର ବାଲୁକା କଳା ନିର୍ମାଣ କରିଥିଲେ। ପୁରୀ ନୀଳାଦ୍ରି ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଥିଲେ l
ବିଶ୍ୱ ଶାନ୍ତିର ସଚେତନତା ବାର୍ତ୍ତା ବହନ କରୁଥିବା ଏହି ବଡ଼ ସାଣ୍ଟା କ୍ଲୁଜ ନିର୍ମାଣ କରିବା ପାଇଁ ସୁଦର୍ଶନ ଓ ତାଙ୍କ ଇନଷ୍ଟିଚ୍ୟୁଟର ପ୍ରାୟ ୩୦ଜଣ ଛାତ୍ରଛାତ୍ରୀଙ୍କୁ ୨ ଦିନରୁ ଅଧିକ ସମୟ ଲାଗିଥିଲା l ତେବେ ଏହି ସାଣ୍ଟା କ୍ଲୁଜଟି ରେକର୍ଡ ବୁକରେ ସ୍ଥାନିତ ହୋଇଥିବା ବେଳେ ଏହାକୁ ନେଇ ସୁଦର୍ଶନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତିl
ଅଧିକ ପଢନ୍ତୁ: ଆଜି ହେଉଛି ବଡ଼ ଦିନ, ଜନ୍ମ ନେଇଛନ୍ତି ଯୀଶୁ, ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାଲମ୍ବୀଙ୍କ ଭିଡ଼