ଭୁବନେଶ୍ଵର : ପ୍ରତିଷ୍ଠା ଦିବସ ପୂର୍ବରୁ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ନବୀନ ବାବୁଙ୍କୁ ଛାଡି ବିଜେଡିର ଭବିଷ୍ୟତ ନାହିଁ। ନୂଆ ନେତୃତ୍ଵ ଆସିଲେ ବିଜେଡି ଭାଗ ହେବ। ବରିଷ୍ଠମାନେ ଯାହା ଭାବି ବସିଥିଲୁ କନିଷ୍ଠମାନେ ବି ସେଇ ଚିନ୍ତାରେ ଏକାଠି ବସିଥିଲେ। ନବୀନ ବାବୁ ନେତୃତ୍ଵ ନେବେ ନା ନାହିଁ ସେଥିପାଇଁ ଦ୍ଵନ୍ଦ୍ଵ ଥିଲା। ଏବେ କିନ୍ତୁ ସେ ଦ୍ଵନ୍ଦ ନାହିଁ। ଦଳର ସଭାପତି ସ୍ପଷ୍ଟ କରି ସାରିଛନ୍ତି ସେ ହିଁ ଦାୟିତ୍ଵରେ ରହିବେ। କିଛି ନୂଆ ଲୋକଙ୍କୁ ଅଣାଗଲେ, ବିଜେଡି ଭାଗ ହୋଇଯିବ। ଦଳର ସଭାପତି ଜାଣି ସାରିଛନ୍ତି ଯାହାଙ୍କୁ ଆଣିବାକୁ ପ୍ରୟାସ ହେଉଛି ତାଙ୍କ ପାଇଁ ଦଳର ବଡ଼ କ୍ଷତି ହୋଇଛି। ଦଳରେ ସମସ୍ତେ ଆସିପାରିବେ। କିନ୍ତୁ ଯିଏ ଆସିବେ ସେ ପ୍ରଥମେ କାମ କରିବେ।
ଭୂପିନ୍ଦର ଆହୁରି କହିଛନ୍ତି ଯେ, ଜଣକୁ ନେଇ ଦଳ ପରିଚାଳନା ବନ୍ଦ ହେଉ। ଗୋଟିଏ ଟିମ୍ କାମ କରୁ। ଯୁବ ନେତାମାନେ ଏହି ଉଦ୍ଦେଶ୍ୟରେ ବସିଥିଲେ। ସେମାନେ ଜାଣିଛନ୍ତି ଯେ, ନବୀନଙ୍କ ଛଡ଼ା ଅନ୍ୟ କେହି ବୁଝିଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାର। ଦଳ ସମସ୍ତଙ୍କୁ ନେଇ ଚାଲିପାରୁ ନାହିଁ। ଅସନ୍ତୋଷ ବୋଲି ୪୦ ଜଣ ଝୁମୁକାରେ ଏକାଠି ହୋଇଥିଲେ, ଆମେ ବି ବସୁଛୁ। ପ୍ରଫୁଲ୍ଲ ମଲ୍ଲିକଙ୍କୁ କାହିଁକି ଦଳରୁ ବାହାର କରାଗଲା। ଯଦି କାର୍ଯ୍ୟାନୁଷ୍ଠାନ ହେଲା ସମସ୍ତଙ୍କ ଉପରେ ହୋଇଥାନ୍ତା। ୨୪ ନିର୍ବାଚନରେ ବିଜୁ ବାବୁଙ୍କୁ ସମ୍ପୂର୍ଣ୍ଣ ଆଉଟ୍ କରିଦିଆଗଲା। ପୋଷ୍ଟରରେ ବି ବିଜୁବାବୁଙ୍କ ଫଟୋ ରହିଲାନି। ଦଳକୁ ଯଦି ସଙ୍ଗଠିତ କରିବାକୁ ଚାହିଁବେ ତାହାଲେ ନବୀନ ବାବୁ ବରିଷ୍ଠଙ୍କୁ ଡାକି ଆଲୋଚନା କରିବେ।
ତେବେ ଏସବୁ ମଧ୍ଯରେ ସେ ନୂଆ ନେତୃତ୍ଵ କାହାକୁ କହିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ଯ ଏକଥା ସେ ସୁଜାତା ପାଣ୍ତିଆନଙ୍କୁ ଲକ୍ଷ୍ଯ କରି କୁହାଯାଉଥିବା ଆଲୋଚନା ଚାଲିଛି।