ପୁରୀ: ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ର କୂଳରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଵାରେ ଲାଗିଛି। ଏହି ଦୃଶ୍ୟ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ସମୁଦ୍ର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର ହୋଇଛି। ଏ ଭିଡିଓ ଦେଖିବାକୁ ଅତି କଷ୍ଟଦାୟକ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ମହାପ୍ରଭୁଙ୍କ ଏକ ବିଗ୍ରହ ସମୁଦ୍ରରେ ଭାସୁଥିବା ବେଳେ କିଛି ଯୁବକ ଉଦ୍ଧାର କରି ଏହାକୁ କୂଳକୁ ଆଣିଛନ୍ତି। ପାଣି ଭିତରୁ ଆଣୁଥିବା ବେଳେ ଆଉ କିଛି ପର୍ଯ୍ୟଟକ ମାନେ ସେଲଫି ନେଉଛନ୍ତି। ଏଠି ପ୍ରଶ୍ନ ଉଠୁଛି କି କିଏ ଶ୍ରୀବିଗ୍ରହଙ୍କୁ ଏମିତି ସମୁଦ୍ରରେ ବିସର୍ଜନ କଲା? ଦାରୁ ବ୍ରହ୍ମଙ୍କୁ ପାଣିରେ କାହିଁକି ଛାଡ଼ିଲା? ଯଦି, ସମୁଦ୍ରରୁ ଉଦ୍ଧାର ହେଲା ତେବେ ତାଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଭାବେ କାହିଁକି ନିଆଗଲାନି।
ଅଧିକ ପଢନ୍ତୁ: ଆଜି ହେଉଛି ବଡ଼ ଦିନ, ଜନ୍ମ ନେଇଛନ୍ତି ଯୀଶୁ, ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାଲମ୍ବୀଙ୍କ ଭିଡ଼