ଭୁବନେଶ୍ୱର : ଆହୁରି ବଢିବ ଶୀତ ସହ ଘନ କୁହୁଡି। ଆଗମୀ ୭ ଦିନ ଶୀତ ଲହରୀରୁ ନାହିଁ ତ୍ରାହି । ଅର୍ଥାତ ନୂଆବର୍ଷ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା ନାହିଁ। ବରଂ କୁହୁଡ଼ି ବଢ଼ିବ। ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଓ ଘନ କୁହୁଡ଼ି ଆଶଙ୍କା ରହିଛି।
ବଡ଼ଦିନ ଓ ଖ୍ରୀଷ୍ଟମାସ ବୁଧବାର ରାତି ଓ ଗୁରୁବାର ସକାଳେ ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି। ଏହା ସହ ରାଜଧାନୀରେ ସକାଳୁ ସକାଳୁ କୁହୁଡି ଦେଖିବାକୁ ମିଳିଥିଲା। ଏପରିକି କମ ଦୃଶ୍ୟତା ଯୋଗୁଁ ଜାତୀୟ ରାଜପଥରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ସେହିପରି ସମ୍ବଲପୁର, ଜଗତସିଂହପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ବାଲେଶ୍ଵର ଓ କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଛି ।