ଭୁବନେଶ୍ୱର: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି। ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ ସେମାନେ ବନ୍ଧା ହେବେ। ଏଭଳି କଡ଼ା ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
କୋଟିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। କୋଟିଆକୁ ଆନ୍ଧ୍ରର ଅବାଧ ପ୍ରବେଶ ହେଉଥିବା ବେଳେ ଆଜି ଏପରି ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ଆନ୍ଧ୍ରର ଲୋକ କୋଟିଆକୁ ବୁଲିବାକୁ ଆସି ପାରିବେ। କିନ୍ତୁ କୋଟିଆବାସୀଙ୍କୁ ପ୍ରଲୋଭିତ କଲେ କି ଲିଫ୍ଲେଟ ବାଣ୍ଟିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଓଡ଼ିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ। ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ମାଉସୀର ଆବଶ୍ୟକ ନାହିଁ। ଆମ ସରକାର ପାଇଁ ଭୁବନେଶ୍ବର ଯେତିକି ଗୁରୁତ୍ୱପୂର୍ଣ୍ଣ କୋଟିଆ ସେତିକି ଗୁରିତ୍ବପୂର୍ଣ୍ଣ। ବିକଶିତ କୋଟିଆ ନିର୍ମାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ନିର୍ମାଣ ଓ ଟେଲି ଯୋଗାଯୋଗ ପାଇଁ ଟାୱାର ନିର୍ମାଣ ମଧ୍ୟ କରାଯିବ। ପର୍ଯ୍ୟଟନର ବିକାଶ ପାଇଁ ରୋଡ଼ ମ୍ୟାପ ହୋଇଛି ବୋଲି ମଧ୍ୟ ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ: ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ୫ରୁ ୬ ମାସ ଭିତରେ ସରିବ : ଆଇନ ମନ୍ତ୍ରୀ