ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖିଛନ୍ତି । ପୋଲିସ ତା କାମ କରୁଛି । ପୀଡ଼ିତାଙ୍କ ପରିବାରକୁ ଯାହା ସାହାଯ୍ୟ ସହଯୋଗ ଦରକାର ତାହା କରାଯିବ । ପୋଲିସ ତ୍ୱରିତ ବେଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତେଣୁ ଏହା ଉପରେ କାହା ମନରେ ସରକାରର ଦାୟିତ୍ୱ ନେଇ ପ୍ରଶ୍ନ ଉଠିବା କଥା ନୁହେଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଏହା ସହିତ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଯେଉଁଠୁ ଯେଉଁଠୁ ଏଭଳି ଘଟଣା ପୋଲିସ ପ୍ରଶାସନ ପାଖକୁ ଆସୁଛି ତ୍ୱରିତ ବେଗରେ ଅଭିଯୁକ୍ତ ଗିରଫ ହେଉଛି । ଝିଅମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ରୋକିବାର ସମୟ ଆସିଛି । ଏଭଳି ଘଟଣା ଯେପରି ସମାଜରେ ନ ହେଉ ସେଥିପାଇଁ ସରକାରଙ୍କ ସହିତ ସମାଜର ମଧ୍ୟ ଦାୟିତ୍ୱ ରହିଛି । ଏବେକାର ସରକାରଙ୍କ ବଡ଼ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ କାର୍ଯ୍ୟାନୁଷ୍ଠାନ, ପୋଲିସ ଓ ଆଇନ ତା ବାଟରେ ଯିବ ଏବଂ ଯିଏ ଦୋଷୀ ତା ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପର୍ଯ୍ୟଟନ ସ୍ଥଳୀର ସୁରକ୍ଷା ପାଇଁ ଗୃହ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ସହିତ ତିନି ଥର ବୈଠକ ଶେଷ ହୋଇଛି । ଖୁବ ଶୀଘ୍ର ରାଜ୍ୟରେ ପର୍ଯ୍ୟଟନ ବ୍ୟବସ୍ଥା ମଧ୍ୟ ଲାଗୁ ହେବ ।