ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଏଦୀ । ଜେଲ ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅନ୍ତେବାସୀ ଧାରଣା ଦେଇଛନ୍ତି । ଗତକାଲି ରାତିଠାରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ କଏଦୀ ଧାରଣା ଦେଇଛନ୍ତି । ଠିକରେ ଖାଦ୍ୟ ନ ଦେବା, ପରିବାର ସଦସ୍ୟଙ୍କୁ ଭେଟିବାକୁ ନ ଦେବା ଏବଂ ଶୀତବସ୍ତ୍ର ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଗତକାଲି ରାତିରେ କଏଦୀମାନେ ନ ଖାଇ ନ ପିଇ ଧାରଣାରେ ବସିଛନ୍ତି । ଖବର ପାଇ ଅତିରିକ୍ତ ଏସପି, ଟାଉନ ଥାନା ପୋଲିସ ଏବଂ ଏସଡିପିଓ ପହଁଚି କଏଦୀଙ୍କ ସହିତ ଆଲୋଚନା କରିଛନ୍ତି । ଜେଲ୍ ଗାଇଡ୍ ଅନୁସାରେ ସୁବିଧା ସୁଯୋଗ ଦିଆଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି । ଏହା ସହିତ ଜେଲ ପରିସରରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।