ଭୁବନେଶ୍ବର : ଖୁବଶୀଘ୍ର ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ଜଣାଇ ଦିଆଯାଇଛି । ପ୍ରଥମେ ହାଇ-ଲେବେଲ କମିଟି ବୈଠକ ବସିବ । ଏହାପରେ ମ୍ୟାନେଜିଂ କମିଟିକୁ ଏହି ପ୍ରସଙ୍ଗ ଆସିବ । ମ୍ୟାନେଜିଂ କମିଟି ଅନୁମୋଦନ ପରେ କେବେ ଠାରୁ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ସେ ବିଷୟରେ ସରକାରଙ୍କୁ ଜଣାଇ ଦିଆଯିବ । ଏହି ପ୍ରକ୍ରିୟା ପ୍ରାୟ ୫ରୁ ୬ ମାସ ଲାଗିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିବରଣୀ ପ୍ରଦାନ କରିଛନ୍ତି ଜଷ୍ଟିସ୍ ବିଶ୍ବନାଥ ନାଥ । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ମହାପ୍ରଭୁଙ୍କ ଅଳଙ୍କାରକୁ ପୂର୍ଣ୍ଣ ସ୍ଥାପିତ କରାଯାଇଛି । ଆସନ୍ତା ୨୭ ତାରିଖରେ ରତ୍ନଭଣ୍ଡାର ସମ୍ପର୍କିତ ନେଇ ବୈଠକ ବସିବ । ଗଣତି ମଣତି ନେଇ ଏସଓପି ଉପରେ ଆଲୋଚନା ହେବ ବୋଲି ଜଷ୍ଟିସ୍ ରଥ କହିଛନ୍ତି । ଏହାଛଡ଼ା ଏ ବାବଦରେ ସେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କରିଛନ୍ତି । ୧୯୭୮ ମସିହାରେ ହୋଇଥିବା ଗଣତି ମଣିତ ତାଲିକା ସହ ମେଳ କରାଯିବ । ଜାନୁଆରୀ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଚାହୁଁଛୁ ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ।