ଭୁବନେଶ୍ୱର: ବିଜେଡି ନେତା ରାଜା ଚକ୍ରଙ୍କର ରେଞ୍ଜ ରୋଭର୍ ଗାଡି ଜବତ ହୋଇଛି। ରେଞ୍ଜ ରୋଭର୍ ଗାଡି ଜବତ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ପାହଳର ଏକ ଆପାର୍ଟମେଣ୍ଟରେ ଲୁଚାଇ ରଖିଥିଲେ ଗାଡି। ଦୀର୍ଘ ୧୦ ମାସ ପରେ ଏହି ଦାମୀ ଗାଡିକୁ ପାହାଳ ଅଞ୍ଚଳର ଗୁଲମୋହର କୋର୍ଟ ଆପାର୍ଟମେଣ୍ଟ ନିକଟରୁ ଜବତ କରାଯାଇଛି। ଗାଡ଼ିଟି ଗନ୍ଧମାର୍ଦ୍ଦନ ଲୋଡିଂ ଏବଂ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ୍ ସୋସାଇଟି, ସୁଆକାଟି, କେଉଁଝରର ବ୍ୟାପକ ଠକେଇ ଏବଂ ଅବୈଧ ଟଙ୍କାରେ କିଣାଯାଇଥିବା ତଦନ୍ତରୁ ଜଣାପଡ଼ିଛି।
ଏହି ମାମଲାରେ ୪୦ରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ୩୨ କୋଟି ଟଙ୍କାରୁ ଅଧିକ ଟଙ୍କା ଦୁରୁପଯୋଗ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ସୌମ୍ୟ ଶଙ୍କର ଓରଫ୍ ରାଜା ଚକ୍ର ସମେତ ମୋଟ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ନ୍ୟାୟିକ ହେପାଜତରେ ଅଛନ୍ତି। ମାମଲାର ତଦନ୍ତ ଚାଲୁ ରହିଛି ।
ଅଧିକ ପଢନ୍ତୁ: ଚାନ୍ଦବାଲି ମାମଲା: ଉପମୁଖ୍ୟମନ୍ତ୍ରୀ କହିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ