ନୂଆଦିଲ୍ଲୀ: ଚୀନ ଯାଇ ପୁଣି ହଟହଟ୍ଟା ହୋଇଛନ୍ତି ଜଣେ ଭାରତୀୟ ନାଗରିକ । ଅରୁଣାଚଳ ପ୍ରଦେଶର ଜଣେ ଟ୍ରାଭେଲ୍ ବ୍ଲଗର୍ ଙ୍କୁ ୧୫ ଘଣ୍ଟା ଅଟକ ରଖାଯାଇଛି । ଏମିତିକି ତାଙ୍କୁ ପାଣି ମଧ୍ୟ ଟିକେ ପିଇବାକୁ ଅନୁମତି ଦିଯାଯାଇନଥିଲା । ଏ ନେଇ ବ୍ଲଗର୍ ଅନନ୍ତ ମିତ୍ତଲ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଜାରି କରି କହିଛନ୍ତି ।
ଅରୁଣାଚଳ ପ୍ରଦେଶର ଅନନ୍ତ ମିତ୍ତଲ ଜଣେ ଟ୍ରାଭେଲ୍ ବ୍ଲଗର୍ ଅଟନ୍ତି । ଅନ୍ ରୋଡ୍ ଇଣ୍ଡିଆନ୍ ନାମରେ ତାଙ୍କର ଏକ ଚ୍ୟାନେଲ୍ ଅଛି । ସେ ବିଭିନ୍ନ ସ୍ଥାନ ଭ୍ରମଣ କରି ସେଠାରେ ସ୍ଥାନୀୟ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର ମଧ୍ୟ କରନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଜାରି କରି ଦାବି କରିଛନ୍ତି ଯେ ତାଙ୍କୁ ୧୫ ଘଣ୍ଟା ଚୀନରେ ଅଟକ ରଖାଯାଇଥିଲା । କାରଣ ସେ ଅରୁଣାଚଳ ପ୍ରଦେଶ ଉପରେ ଟିପ୍ପଣୀ କରିଥିଲେ ।
ସେ ନଭେମ୍ବର ୧୬ ତାରିଖରେ ଚୀନ ବିମାନବନ୍ଦରରେ ଅଧିକାରୀମାନେ ତାଙ୍କୁ ଅଟକ ରଖିଥିଲେ । ତାଙ୍କୁ ସହିତ କଥା ହେବାକୁ ଅନୁମତି ନ ଥିଲା । ସେହିପରି ବାଥରୁମ ଯିବାକୁ କିମ୍ବା ପାଣି ପିଇବାକୁ ବି ଅନୁମତି ନ ଥିଲା । ତାଙ୍କର ବ୍ୟାଗ୍ ମଧ୍ୟ ଯାଞ୍ଚ କରାଯାଇଥିଲା । ପଚରା ଉଚରା ପରେ ତାଙ୍କୁ ଛଡ଼ା ଯାଇଥିଲା । ଅନନ୍ତ କହିଛନ୍ତି ଯେ ସେ ତିନି ବର୍ଷ ଧରି ଉତ୍ତର-ପୂର୍ବ ଭାରତରେ ପାଠ ପଢ଼ିଛନ୍ତି । ସେଠାକାର ଏକ ବ୍ୟକ୍ତିଙ୍କୁ ଚୀନରେ ଅଟକ ରଖାଯାଇଥିଲା । ଯାହାକୁ ନେଇ ସେ ଏକ ଭିଡ଼ିଓ ବନାଇଥିଲେ, ଆଉ ସେହି ଭିଡ଼ିଓ ପାଇଁ ସେ ନିଜେ ଫସିଗଲେ ।
ନୂଆଦିଲ୍ଲୀ: ପୁଣି ଥରେ ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଅଂଶ ବୋଲି ଦାବି କରିଛି । ଆଉ ଏଥିପାଇଁ ଜଣେ ଅରୁଣାଚଳ ପ୍ରଦେଶ ଯାତ୍ରୀଙ୍କୁ ଚୀନର ରାଜଧାନୀ ସାଂଘାଇରେ ହଟହଟା ହେବାକୁ ପଡ଼ିଛି । ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ଦର୍ଶାଇ ଭାରତୀୟ ପାସପୋର୍ଟକୁ ସାଂଘାଇ ବିମାନ ବନ୍ଦରରେ ଅବୈଧ ଦର୍ଶାଯାଇଛି । ଉକ୍ତ ଯୁବତୀ ପେମ୍ ୱାଙ୍ଗ ଥଙ୍ଗଡକ୍ ଙ୍କୁ ସାଂଘାଇରେ ୧୮ ଘଣ୍ଟା ଅଟକ ରଖାଯିବା ପରେ ମୁକ୍ତ କରାଯାଇଛି । ଏ ନେଇ ପେମ୍ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି ।
ଗତ ୨୧ ନଭେମ୍ବରରେ ମଧ୍ୟ ଏକ ସମାନ ଘଟଣା ଘଟିଥିଲା । ଅରୁଣାଚଳ ପ୍ରଦେଶର ପେମ୍ ୱାଙ୍ଗ ଥଙ୍ଗଡକ୍ ନାମକ ଜଣେ ଯୁବତୀ ଲଣ୍ଡନରୁ ଜାପାନ ଯାତ୍ରା କରୁଥିଲେ । ସାଂଘାଇ ବିମାନବନ୍ଦରରେ ତାଙ୍କର ଭାରତୀୟ ପାସପୋର୍ଟକୁ ଅବୈଧ କୁହାଯାଇଥିଲା । କାରଣ ସେଥିରେ ଅରୁଣାଚଳ ପ୍ରଦେଶ ଜନ୍ମ ସ୍ଥାନ ଥିବାରୁ ତାଙ୍କ ପାସପୋର୍ଟକୁ ଅବୈଧ କୁହାଯାଇଥିଲା । ଚୀନ୍ ଇମିଗ୍ରେସନ୍ ଏବଂ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ କର୍ପୋରେସନ୍ ଲିମିଟେଡ୍ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ବୋଲି ଦାବି କରିଥିଲେ । ଏମିତିକି ତାଙ୍କୁ ୧୮ଘଣ୍ଟା ଇମିଗ୍ରେସନ୍ କାର୍ଯ୍ୟାଳୟରେ ବସିବାକୁ ପଡ଼ିଥିଲା । ଅଧିକାରୀମାନେ କହିଥିଲେ ଅରୁଣାଚଳ ପ୍ରଦେଶ ଚୀନର ଅଟେ ।