ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସର ସଂରକ୍ଷକ ଫାରୁକ ଅବଦୁଲ୍ଲାଙ୍କ ଉପରେ ଗୁଳିମାଡ଼। ସୌଭାଗ୍ୟବଶତଃ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଫାରୁକ ଅବଦୁଲ୍ଲା ଜମ୍ମୁର ଗ୍ରେଟର କୈଳାସ ଅଞ୍ଚଳରେ ଜଣେ ଓକିଲଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ। ଘଟଣାରେ ଅଭିଯୁକ୍ତ କମଲ ସିଂହ ଜାମୱାଲଙ୍କୁ ସୁରକ୍ଷା କର୍ମୀମାନେ ଗିରଫ କରି ଅଟକ ରଖିଛନ୍ତି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି।
ସାମ୍ନାକୁ ଆସିଛି ଘଟଣାର ଭିଡିଓ
ଫାଏରିଂ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୁକ୍ତ କମଲ ସିଂହ ଜାମୱାଲ ଜମ୍ମୁର ବାସିନ୍ଦା। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଅଭିଯୁକ୍ତଜଣକ ଫାରୁକ ଅବଦୁଲ୍ଲାଙ୍କ ପାଖକୁ ଯାଇ ଗୁଳି ଚାଳନା କରୁଥିବାର ଦେଖାଯାଉଛି। ସେ ଗୁଳି ଚଳାଇବା ମାତ୍ରେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ।
ଫାରୁକ ଅବଦୁଲ୍ଲାଙ୍କ ସହିତ ଥିଲେ ଉପମୁଖ୍ୟମନ୍ତ୍ରୀ
ଫାରୁକ ଅବଦୁଲ୍ଲାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷାରେ ମିଳିଛି। ଘଟଣା ସମୟରେ ଜମ୍ମୁ ଓ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ମଧ୍ୟ ତାଙ୍କ ସହିତ ଥିଲେ। ସୁରିନ୍ଦର ଚୌଧୁରୀଙ୍କୁ ସାମାନ୍ୟ ଆଘାତ ଲାଗିଛି ଏବଂ ତାଙ୍କର ଚିକିତ୍ସା କରାଯାଇଛି।
ଫାରୁକ ଅବଦୁଲ୍ଲା ବୁଧବାର ଜମ୍ମୁରେ ଥିଲେ। ତାଙ୍କ ଦଳର କର୍ମୀ ତଥା ଓକିଲଙ୍କ ପୁଅର ବିବାହରେ ଯୋଗ ଦେବାକୁ ଆସିଥିଲେ। ଫାରୁକ ଅବଦୁଲ୍ଲା ପ୍ରାୟ ଗୋଟିଏ ଘଣ୍ଟା ସେଠାରେ ରହିଥିଲେ। ଫାରୁକ ଅବଦୁଲ୍ଲା ଭୋଜି ହଲ୍ ଛାଡିବା ମାତ୍ରେ ତାଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଆଉ କିଛି ଅଭିଯୁକ୍ତ ଫେରାର ମାରିଛନ୍ତି।
Also read: ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ, ଧ୍ଵନିମତରେ ହେଲା ନିଷ୍ପତ୍ତି