ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭୋଟ୍ ଗଣତି ପୂର୍ବରୁ ଭୋଟଗଣତି ପର୍ଯ୍ୟବେକ୍ଷକ ନିଯୁକ୍ତି ବିବାଦ ଉପରେ ଟିଏମସିକୁ ସୁପ୍ରିମକୋର୍ଟରୁ ଲାଗିଛି ବଡ ଝଟକା । ପର୍ଯ୍ୟବେକ୍ଷକ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କୁ ଅଧିକାରୀ ଚୟନ କରିବାର ସ୍ୱତନ୍ତ୍ର ଅଧିକାର ରହିଛି । ଏହି ଯାଚିକା ଟିଏମସି ପକ୍ଷରୁ ଦାୟର କରାଯାଇଥିଲା । ଏହି ମାମଲାରେ ବରିଷ୍ଠ ଆଡଭୋକେଟ କପିଲ ସିବଲ ମମତା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କେସ୍ ଲଢୁଛନ୍ତି ।
ସିିବଲ କହିଛନ୍ତି ମାମଲାରେ ଚାରୋଟି ପ୍ରସଙ୍ଗ ରହିଛି । ପ୍ରଥମ ଡିଇଓଙ୍କୁ ନୋଟିସ୍ ଏପ୍ରିଲ ୧୩ରେ ଜାରି କରାଯାଇଥିଲା । ମାତ୍ର ଆମକୁ ଏହାର ସୂଚନା ଏପ୍ରିଲ ୨୯ରେ ମିଳିଲା । ଦ୍ୱିତୀୟ ପ୍ରତିଟି ବୁଥରେ ଗଡବଡ ହେବାର ଆଶଙ୍କା ରହିଛି । ତୃତୀୟ ପ୍ରସଙ୍ଗ ପ୍ରତ୍ୟେକ ବୈଠକରେ ଜଣେ କେନ୍ଦ୍ରୀୟ ଅଧିକାରୀ ରହୁଛନ୍ତି । ଯିଏ ପର୍ଯ୍ୟବେକ୍ଷକ ଭାବେ କାମ କରୁଛନ୍ତି । ଏବେ ପୁଣି ଆଉ ଏକ ପର୍ଯ୍ୟବେକ୍ଷକଙ୍କ କଣ ଆବଶ୍ୟକତା ରହିଛି ବୋଲି ସିବଲ ପ୍ରଶ୍ନ କରିଛନ୍ତି ।
ଚତୁର୍ଥ ପ୍ରସଙ୍ଗ ହେଉଛି ପରିପତ୍ରରେ କୁହାଯାଇଛି ଯେ, ରାଜ୍ୟର ଜଣେ ସରକାରୀ ଅଧିକାରୀ ମଧ୍ୟ ରହିବା ଉଚିତ୍ । ମାତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ନାମିତ କୌଣସି ଅଧିକାରୀଙ୍କୁ ନିଯୁକ୍ତି କରୁ ନାହାନ୍ତି । ସିବଲ କହିଛନ୍ତି, ସିଇଓଙ୍କ ବୟାନରେ କୁହାଯାଇଛି ଯେ, ମତଗଣନାରେ ସମ୍ଭାବିତ ଅନିୟମିତକୁ ନେଇ ବିଭିନ୍ନ ପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି । କିଛି ତ ତଥ୍ୟ ରହିବା ଉଚିତ୍ । ପ୍ରତ୍ୟେକ ବୁଥରେ କଣ ହେବ କିଏ କହିବ ?
ସିିବଲଙ୍କ ଏସବୁ ତର୍କ ଉପରେ ଜଷ୍ଟିସ ବାଗଚୀ କହିଛନ୍ତି, ହୋଇପାରେ ଉଭୟ ପର୍ଯ୍ୟବୈକ୍ଷଜ କେନ୍ଦ୍ରୀୟ ଅଧିକାରୀ ହୋଇ ପାରନ୍ତି । କିନ୍ତୁ ପରିପତ୍ରରେ ତ ଏମିତି କିଛି ଲେଖା ହୋଇ ନାହିଁ ବୋଲି ସିବଲ କହିଛନ୍ତି । ଏହା ଉପରେ ଜଷ୍ଟିସ ବାଗଚୀ କହିଛନ୍ତି, ଯଦି ବି ଇସିଆଇ ପର୍ଯ୍ୟବେକ୍ଷକ ନିଯୁକ୍ତି ଉପରେ ଏମିତି ପଦକ୍ଷେପ ନେଉଛନ୍ତି ତଥାପି ଆମେ ଏହାକୁ ଭୁଲ୍ କହି ପାରିବୁ ନାହିଁ । କାରଣ ନିୟମ ମୁତାବକ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ହିଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇ ପାରିବ । କେବଳ ଗୋଟିଏ ସମୂହରୁ ଚୟନ କରାଯିବାକୁ ବି ଭୁଲ୍ କୁହାଯାଇ ପାରିବ ନାହିଁ ।
Also Read: ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ଆରମ୍ଭ; ହିଂସା ଆଶଙ୍କା ମଧ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି