ଭୁବନେଶ୍ୱର: ରେଡ୍ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହୋଇଛି ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା। ଆଜି ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ। ଡିଜିପି କହିଛନ୍ତି ଯେ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି। ମାମଲାର ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ। ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା କରାଯାଉଛି।
ମଙ୍ଗଳବାର ସଂଧ୍ୟାରେ ଚାନ୍ଦବାଲି ଥାନା ବାଲିଗାଁ ପଞ୍ଚାୟତ ଅଫିସ ପଛ ପାଖରୁ ୧୦ବର୍ଷିୟା ନାବାଳିକାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ଏହି ଘଟଣାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଘଟଣା ଘଟିଥିବା ସ୍ଥାନରେ ରହିଥିବା ଜବର ଦଖଲକୁ ପ୍ରଶାସନ ଉଚ୍ଛେଦ କରିଛି। ସେପଟେ ରାମପାଲ୍ଲି ଗ୍ରାମରେ ଥିବା ଅଭିଯୁକ୍ତର ଘରକୁ ମହିଳାମାନେ ଭାଙ୍ଗିଛନ୍ତି। ସେହିପରି ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦା ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ଘେରାଉ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଶୋକବ୍ୟକ୍ତ କରିବା ସହ ପିଡୀତଙ୍କ ପରିବାକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିଲେ।
ଅଧିକ ପଢନ୍ତୁ: କନ୍ଧମାଳରେ ବଡ଼ ଏନକାଉଣ୍ଟର; 'ଟପ୍ ମାଓନେତା ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଗଲା' - ପୁଲିସ ଡିଜି