ଅନୁଗୋଳ: ଦୁର୍ଘଟଣାରେ ମା’ ଆଗରେ ଚାଲିଗଲା ୪ବର୍ଷର ପୁଅ ଜୀବନ। ଅନୁଗୋଳ ଜିଲା କିଶୋରନଗର କରମକଟା ଗାଁରେ ଗୁରୁବାର ଘଟିଛି ଏହି ଦୁର୍ଘଟଣା। ଏଥିରେ ପୁଅଟିର ମା’ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ପ୍ରବଳ ଶୀତ ହେଉଥିବାରୁ ମା’ ଓ ପୁଅ ଗୁରୁବାର ସକାଳେ ଘର ବାହାରେ ଖରାରେ ବସିଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଘଟଣା ସ୍ଥଳରେ ୪ ବର୍ଷର ଶିଶୁ ପୁତ୍ର ଶ୍ରୀରାମ ଦେହୁରୀଙ୍କ ମୃତ୍ୟୁ ହୋଇଛି। ମାଆଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କିଶୋର ନଗର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଘଟଣା ଘଟାଇ ଥିବା ଟ୍ରାକ୍ଟରକୁ ଜବତ୍ କରି ଡ୍ରାଇଭରକୁ ମଧ୍ୟ ଅଟକ ରଖିଛି ପୋଲିସ୍ ।
ଅଧିକ ପଢନ୍ତୁ: ମହୋଦଧିରେ ଭାସିଆସିଲେ ମହାପ୍ରଭୁ; ବିଗ୍ରହ ସମୁଦ୍ରରେ ଭାସୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ହେଲା ଭାଇରାଲ