ଭଦ୍ରକ: ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ ବବଲୁଙ୍କୁ ଡାକ୍ତରୀ ପରୀକ୍ଷା କରାଇବା ପରେ କୋର୍ଟ ଚାଳାଣ କରାଯାଇଛି l ଗୁରୁବାର ସନ୍ଧ୍ୟାରେ ଚାନ୍ଦବାଲି ଆଇଆଇସିଙ୍କ ତତ୍ୱାବଧାନରେ କଡା ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ତାର ମେଡିକାଲ ଟେଷ୍ଟ କରାଯାଇଥିଲା l ଏହା ପରେ ପୋସ୍କ କୋଟରେ ହାଜର କରାଯାଇଥିଲା। ତେବେ ଜାମିନି ନାମଞ୍ଜୁର ହେବାରୁ ତାଙ୍କୁ ଭଦ୍ରକ ଜେଲକୁ ପଠାଇ ଦିଆଯାଇଛି।
ସେପଟେ ଏହି ଘଟଣା ରେଡ୍ ଫ୍ଲାର୍ଗରେ ଅନ୍ତର୍ଭୁକ୍ତ ହୋଇଥିବା ନେଇ ଆଜି ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ। ଡିଜିପି କହିଛନ୍ତି ଯେ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି। ମାମଲାର ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ। ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ରେଡ୍ ଫ୍ଲାର୍ଗ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା; ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଥିବା କହିଲେ ଡିଜିପି