କିଏ ଜିତିବ ପଦ୍ମପୁର ଉପନିର୍ବାଚନ , ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ବରଗଡ଼/ ପଦ୍ମପୁର : 08/12/2022 : Share story: ଚାଲିଛି ପଦ୍ମପୁର ଉପନିର୍ବାଚନ ଗଣତି , ଆସିଲା ତୃତୀୟ ରାଉଣ୍ଡର ଟ୍ରେଣ୍ଡ । ଏବେ ସୁଦ୍ଧା ବିଜେଡି ମୋଟ 5 ହଜାର 766 ଭୋଟରେ ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମୋଟ 15 ହଜାର 916, ବିଜେପି 11 ହଜାର 150 ଓ କଂଗ୍ରେସ ଖାତାରେ ପଡିଛି ମୋଟ 474 ଭୋଟ । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେଡି ଆଗୁଆ ରହିଆସୁଛି । ତେବେ ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ତୃତୀୟ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ 2,147 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ତୃତୀୟ ରାଉଣ୍ଡରେ ବର୍ଷାଙ୍କୁ 5 ହଜାର 318 ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ 3 ହଜାର 171 ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ 108 ଭୋଟ ମିଳିଛି । PadampurByElection BJD BJP Congress KhabarOdisha ଖବର ଓଡ଼ିଶା, Reporter, 08/12/2022