ସୁନ୍ଦରଗଡ : ଭିିଜିଲାନ୍ସ ହାତରେ ଧରାପଡିଛନ୍ତି ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଦୁଇ କର୍ମଚାରୀ। ଋଣ ଖିଲାପକାରୀଙ୍କ ଗାଡ଼ିର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍ଆର୍ସି) କରାଇଦେବାକୁ ୨୬ ହଜାର ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ସେମାନେ ହେଲେ ଧର୍ମେନ୍ଦ୍ର କୁମାର ବେହେରା ଓ ତାଙ୍କ ସହଯୋଗୀ ନିରଞ୍ଜନ ଷଣ୍ଢ। ଏମାନଙ୍କଠୁ ଭିଜିଲାନ୍ସ ଅଧିକାରୀ ରଙ୍ଗବୋଳା ନଗଦ ୨୬ ହଜାର ଟଙ୍କା ଜବତ କରିଛି। ଦୁଇଜଣଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କ ଗାଡ଼ିର ଏଫ୍ଆର୍ସି କରିଦେବାକୁ ଆର୍ଟିଓରେ ବିଭାଗୀୟ ଅଧିକାରୀଙ୍କୁ ଦେଖାକରିଥିଲେ। କିନ୍ତୁ ଅଧିକାରୀ ବିଭିନ୍ନ ଆଳ ଦେଖାଇ ତାଙ୍କୁ ବାରମ୍ବାର ଅଫିସ୍ ଦୌଡାଇଥିଲେ। ପରେ ଗାଡ଼ି ମାଲିକ ଧର୍ମେନ୍ଦ୍ର କୁମାର ବେହେରା ଓ ନିରଞ୍ଜନ ଷଣ୍ଢଙ୍କୁ ଦେଖା କରିଥିଲେ। ଦୁହେଁ ଗାଡ଼ିମାଲିକଙ୍କୁ ୨୬ ହଜାର ଟଙ୍କା ଦେବାକୁ କରିଥିଲେ। ଗାଡ଼ିମାଲିକ ଏତେ ଟଙ୍କା ଦେବାକୁ ରାଜି ନ ହେବାରୁ ଧର୍ମେନ୍ଦ୍ର ଓ ନିରଞ୍ଜନ କାମ ହୋଇପାରିବ ନାହିଁ ବୋଲି ରୋକଠୋକ୍ ମନା କରି ଦେଇଥିଲେ। ଶେଷରେ ଗାଡ଼ି ମାଲିକ ଜଣକ ଏ ସଂକ୍ରାନ୍ତରେ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ଦୁଇ ଅଧିକାରୀ ଅଟକ ରଖା ଯାଇ ଅଧିକ ଖୋଳତାଡ ଆରମ୍ଭ ହେଉଛି।