ଭୁବନେଶ୍ୱର: ଓଡ଼ିଶା ଗସ୍ତ ସଫଳତାର ସହ ସମ୍ପନ୍ନ କରି ଆଜି (ବୁଧବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଫେରିଛନ୍ତି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମ୍ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ତାଙ୍କୁ ଔପଚାରିକ ବିଦାୟ ଜଣାଇଥିଲେ।
ଏଥର ଓଡିଶା ଗସ୍ତ ଅବସରରେ ରାଷ୍ଟ୍ରପତି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଧାର୍ମିକ ଓ ବିକାଶମୂଳକ ପ୍ରକଳ୍ପ ସହ ଜଡ଼ିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତାଙ୍କ ଏହି ଗସ୍ତ ଓଡ଼ିଶା ସହ ତାଙ୍କର ଆତ୍ମୀୟ ସମ୍ପର୍କକୁ ଆହୁରି ଦୃଢ଼ କରିଥିବା ଚର୍ଚ୍ଚା ହେଉଛି।
ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ସୁରକ୍ଷା ଅଧିକାରୀମାନେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ବିଦାୟ ଜଣାଇଥିଲେ।