ଦିନକୁ ଦିନ ବଢିଚାଲିଛି କହୁଡିର ପରିମାଣ। ସେହିଭଳି ସମ୍ପୂର୍ଣ ଘନ କୁହୁଡ଼ି ଛାୟାରେ ଲୁଚି ଯାଇଛି ଟ୍ୱିନ୍ ସିଟି। ତେବେ ସକାଳୁ ସକାଳୁ ଘନ କୁହୁଡି ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି। ଏପରି ୫୦ ମିଟର ଆଗକୁ ରାସ୍ତା ମଧ୍ୟ ଦୃଶ୍ୟମାନ ହେଇପାରୁନାହିଁ। ତେବେ ଆହୁରି ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ କୁହୁଡ଼ି। ତେଣୁ ଅନେକ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ମଧ୍ୟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ସୂଚନା ମୁତାବକ , ଘନ କୁହୁଡିର ଆସ୍ତରଣରେ ଟ୍ୱିନ୍ ସିଟି। ବାୟୁ ମଣ୍ଡଳରେ ଜଳୀୟବାଷ୍ପ ବୃଦ୍ଧି ପାଉଥିବାରୁ ସକାଳ ସମୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି। ସେପଟେ କୁହୁଡି ପାଇଁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି। ତେବେ ଆହୁରି ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ କୁହୁଡ଼ି। ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଘନ କୁହୁଡି ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। କୁହୁଡିର ପରିମାଣ ଅନବରତ ବଢୁଥିବା ହେତୁ ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
ଅଧିକ ପଢନ୍ତୁ ; ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ