ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ। ତେବେ ବିଧାନସଭାର ଏହା ହେବ ଶେଷ ଅଧିବେଶନ। ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବ। ବିଧାନସଭାର ବଜେଟ ଅଧିବେଶନରେ ସରକାର କାମଚଳା ବଜେଟ ଆଣିବେ ଏବଂ ଏହା ଆସନ୍ତା ୮ ତାରିଖରେ ଆଗତ ହେବ। ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଳାଇବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସଂକ୍ଷିପ୍ତ ହେଲେ ବି ଏହି ଅଧିବେଶନ ବେଶ ସଗଗରମ ହେବା ଆଶା କରାଯାଉଛି ।
ସୂଚନା ମୁତାବକ , ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ। ବିଧାନସଭାର ବଜେଟ ଅଧିବେଶନରେ ସରକାର କାମଚଳା ବଜେଟ ଆଣିବେ। ଏଥିପାଇଁ ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଳାଇବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ଏହାସହିତ ଗୃହକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବାଚସ୍ପତି ଉଭୟ ବିରୋଧୀ ଓ ଶାସକଙ୍କ ସହଯୋଗ ଲୋଡ଼ିଛନ୍ତି। ବିଧାନସଭା ଅଧିବେଶନ ପାଇଁ ଉଭୟ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି ।
ଅଧିକ ପଢନ୍ତୁ ; ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଗାୟତ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧନା