ଭୁବନେଶ୍ୱର :ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଓଡ଼ିଶା ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଭୁବନେଶ୍ୱରର ଖାରବେଳ ନଗର ଥାନାରେ ଅଟକ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ଭେଟିବା ସମୟରେ କିଛି ଗଣ୍ଡଗୋଳ ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକୁ ନେଇ ଏହି ଅଭିଯୋଗ ହୋଇଛି ।
ଖାରବେଳ ନଗର ଥାନା ପୁଲିସ ଅତିରିକ୍ତ ସଚିବଙ୍କୁ ଅଟକ ରଖି ଏହି ମାମଲାରେ ଅଧିକ ପଚରାଉଚରା ଓ ତଦନ୍ତ ଜାରି ରଖିଛି। ସେ କାହିଁକି ତାଙ୍କ ଘରକୁ ଏତେ ରାତିରେ ଆସିଥିଲେ । ଉଭୟ ଆଗରୁ ଜଣାଶୁଣା କି ନାହିଁ ଏପରି ଅନେକ ପ୍ରଶ୍ନ ଘେରରେ ରହିଛି ମାମଲା। ସେନେଇ ସମ୍ପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରୁଛି ଏକ ସ୍ବତନ୍ତ୍ର ଟିମ୍ ।