ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ଯୁବ ଇଞ୍ଜିନିୟରଙ୍କର ଜୀବନ
Khabar Odisha:Tragic-road-accident-kills-2-young-engineers
ବଡବିଲ, ଜାନୁଆରୀ ୦୧(ଖବର ଓଡିଶା):

ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଯୁବ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ଅଞ୍ଚଳରେ । ମୃତ ଦୁଇ ଯୁବ ଇଞ୍ଜିନିୟର କାହ୍ନୁପୁର ଡ୍ୟାମ ପ୍ରକଳ୍ପର ଏକ ଠିକା ସଂସ୍ଥା ଅଧିନରେ କାମ କରିଥିଲେ । 

ମୃତକ ହେଲେ ସ୍ମୃତିରଞ୍ଜନ ସ୍ୱାଇଁ ଓ ଆୟୁଷ ପାଲ୍ । ଜଣକ ଘର ଭୁବନେଶ୍ୱରରେ ହୋଇଥିବା ବେଳେ ଅନ୍ୟ ଜଣେ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଭଭୟ ଏକ ବାଇକ ଯୋଗେ ବାହାରିଥିଲେ । ଅନେକ ସମୟ ପରେ ବି ସେମାନେ ନଫେରିବାକୁ କମ୍ପାନୀର ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ଖୋଜାଖୋଜି କରିଥିଲେ । 

ପରେ ବିଳମ୍ବିତ ରାତିରେ ବୈତରଣୀ ପୋଲ ଉପରେ ଉଭୟଙ୍କୁ ଠାବ କରାଯାଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । 

ସେପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ସେଠାରୁ ଫେରାର ହୋଇଯାଇଛି । ଦୁର୍ଘଟଣା ସ୍ଥାନରେ ଏକ ନମ୍ବର ପ୍ଲେଟ ପଡିଥିବାର ଦେଖିବାକୁ ମିଳିଛି । ଏହାସହିତ ଚମ୍ପୁଆ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment