ବାରମ୍ବାର ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି ବଡ ବଡ ସରକାରୀ କର୍ମଚାରୀମାନେ। ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ କିମ୍ବା ଲାଞ୍ଚ ନେବ ଅଭିଯୋଗରେ ଗିରଫ ହେଉଛନ୍ତି ଏହି ସବୁ ସରକାରୀ ବାବୁମାନେ। ଏବେ ପୁଣି ଦେଖିବାକୁ ମିଳିଛି ସେହିପରି ଏକ ଘଟଣା ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା। ତାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ। ତେବେ ସେ ଭୁବନେଶ୍ୱରକୁ କାରରେ ଯିବା ବେଳେ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ। ଏହାପରେ ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ତାଳଚେରରେ ଥିବା ଭଡା ଘର ଓ ଅସ୍ତରଙ୍ଗରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି ।
ସୂଚନା ଅନୁସାରେ , ଭିଜିଲାନ୍ସ ଜାଲରେ ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା। ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ଏଥିରେ ଟ୍ରାଫିକ ଇନ୍ସପେକ୍ଟରଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ। ଏହାପରେ ତାଳଚେରରେ ଥିବା ଭଡା ଘର ଓ ଅସ୍ତରଙ୍ଗରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି। ଚଢଉ ବେଳେ ତାଳଚେର ସ୍ଥିତ ଭଡା ଘରୁ ନଗଦ ୨ଲକ୍ଷ ୮ହଜାର ୭୫୦ ଟଙ୍କା ସହ ୩୩୬ ଗ୍ରାମ ସୁନା ଜବତ ହୋଇଛି। ସେହିପରି ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ର କୁମାର ବେହେରାଙ୍କ ବାସଭବନରୁ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଠାରୁ ୨୪ ଲ କ୍ଷ ୨୪ ହଜାର ଟଙ୍କା ସୁନା ଅଳଙ୍କାର ଭିଜିଲାନ୍ସ ଜବତ କରିଛି। ତେବେ ମିଳିଥିବା ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା ଜିତେନ୍ଦ୍ର କେଉଁଠୁ ଆଣିଲେ ଏବଂ ସେହି ଟଙ୍କା ତାଙ୍କୁ କିଏ ଦେଲା ଏହାର ବିଶେଷ ଭାବେ ଯାଞ୍ଚ କରୁଛି ଭିଜିଲାନ୍ସ ବିଭାଗ।
ଅଧିକ ପଢନ୍ତୁ ; ମନ୍ମଥ ହେବେ ଜଟଣୀ ବିଧାୟକ ପ୍ରାର୍ଥୀ ଘୋଷଣା କଲେ ସୁର ରାଉତରାୟ