ମନ୍ମଥ ହେବେ ଜଟଣୀ ବିଧାୟକ ପ୍ରାର୍ଥୀ ଏହା ଘୋଷଣା କଲେ ସୁର ରାଉତରାୟ। ତେବେ କିଛି ମାସ ହେବ କିଏ ନେବ ଜଟଣୀର ଦାୟିତ୍ୱ ଏବଂ କିଏ ହେବ ଜଟଣୀ ବିଧାୟକ ପ୍ରାର୍ଥୀ ତାକୁ ନେଇ ଚାଲିଥିଲା ଚର୍ଚ୍ଚା। ଗଣମାଧ୍ୟମରେ ଶୁଣିବାକୁ ମିଳୁଥିଲା ଯେ ସୁର ରାଉତରାୟଙ୍କ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିବେ ହେଲେ ଆଜି ସେହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁର ରାଉତରାୟ। ସାନ ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି ଜଟଣୀ ବିଧାୟକ ସୁରା ରାଉତରାୟ। ଏହାସହ ଜଟଣୀରୁ ବିଧାୟକ ପ୍ରାର୍ଥୀ ମନ୍ମଥ ରାଉତରାୟ ହେବେ ବୋଲି ସେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁସାରେ , ଜଟଣୀରୁ ବିଧାୟକ ପ୍ରାର୍ଥୀ ମନ୍ମଥ ରାଉତରାୟ ହେବେ ବୋଲି ସେ ଗଣମାଧ୍ୟମ ଆଗରେ ଘୋଷଣା କଲେ ଜଟଣୀ ବିଧାୟକ ସୁରା ରାଉତରାୟ। ତେବେ ଆଜି ମନ୍ମଥ କ୍ୟାପ୍ଟେନ ଚାକିରି ଛାଡ଼ି ଭୁବନେଶ୍ୱର ଫେରିଛନ୍ତି। ଭୁବନେଶ୍ୱର ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ଶହ ଶହ ସମର୍ଥକମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି। ବିମାନ ବନ୍ଦରରେ ପୁଅକୁ ସ୍ୱାଗତ କରି ସୁରା କହିଛନ୍ତି ଯେ ଆଜିଠୁ ମନ୍ମଥ ନେବ ଜଟଣୀର ସମସ୍ତ ଦାୟିତ୍ୱ। ମନ୍ମଥ ତମମାନଙ୍କ ପାଇଁ ଚାକିରି ଛାଡ଼ି ଆସିଲେ। ୨୦୨୪ ନିର୍ଵାଚନରେ ସମସ୍ତେ ଜଟଣୀର ବିଧାୟକ ପ୍ରାର୍ଥୀ ଭାବେ ମନ୍ମଥଙ୍କୁ ଦେଖିବାକୁ ପାଇବେ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁରା ରାଉତରାୟ। ତେବେ କିଛି ମାସ ହେବ କିଏ ନେବ ଜଟଣୀର ଦାୟିତ୍ୱ ଏବଂ କିଏ ହେବ ଜଟଣୀ ବିଧାୟକ ପ୍ରାର୍ଥୀ ତାକୁ ନେଇ ଚାଲିଥିଲା ଚର୍ଚ୍ଚାର ବର୍ତ୍ତମାନ ଅବସାନ ଘଟିଛି। ସୁରା ରାଉତରାୟ ନିଜେ କହିଛନ୍ତି ଯେ ତାଙ୍କର ଉତ୍ତରାଧିକାରୀ ହେଉଛନ୍ତି ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ।
ଅଧିକ ପଢନ୍ତୁ ; ରାଜରାସ୍ତାରେ ରୋଡ ରୋମିଓଙ୍କ ଉନ୍ମତ୍ତ କାଣ୍ଡ