ରାତିରେ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ କମେଣ୍ଟ ମାରିବା ସହ ରାସ୍ତା ଉପରେ ଗୋଡାଇଲେ ଯୁବକ। ତେବେ ସମ୍ବଲପୁର ଜିଲ୍ଲାରେ ଏପରି ରୋଡ ରୋମିଓଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ଯୁବତୀଙ୍କୁ ଗୋଡାଇବାରୁ ଭୟରେ ଦୌଡିବା ଦ୍ୱାରା ତଳେ ପଡି ଗୁରୁତର ହୋଇଛନ୍ତି ଯୁବତୀ। ତେବେ ଆହତ ଯୁବତୀ ଜଣଙ୍କ ମଲରେ ସେଲସ ଗର୍ଲ ଭାବେ କାମ କରନ୍ତି। ସମ୍ବଲପୁର ସହରର ବ୍ୟସ୍ତ ବହୁଳ ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ବାଟରେ ଯାଉଥିବା କିଛି ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଛନ୍ତି।
ସୂଚନା ଅନୁସାରେ, ଦିନକୁ ଦିନ ବଢୁଛି ରୋଡ ରୋମିଓଙ୍କ ଦୌରାତ୍ମ୍ୟ। ଗତକାଲି ବିଳମ୍ବିତ ରାତିରେ ମଲରେ ସେଲସ ଗର୍ଲ ଭାବେ କାମ କରୁଥିବା ଜଣେ ଯୁବତୀ ଘରକୁ ଫେରୁଥିଲେ। ସେହି ସମୟରେ ସମ୍ବଲପୁରର ଟାଉନ ଥାନା ଅଞ୍ଚଳର ଗୋଲବଜାର ଛକ ନିକଟରେ ବାଇକରେ ଯାଉଥିବା କିଛି ରୋଡ ରୋମିଓ ଯୁବତୀଙ୍କୁ କମେଣ୍ଟ ମାରିବା ସହିତ ଯୁବତୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଯୁବତୀଙ୍କୁ ପିଛା କରିଥିଲେ। ଯାହାଫଳରେ ରୋଡ ରୋମିଓଙ୍କ ଉତ୍ପାତ ଦେଖି ଯୁବତୀ ଡରି ଯାଇଥିଲେ ଏବଂ ସେଠାରୁ ଖସିବାକୁ ଚେଷ୍ଟା କରି ଦୌଡିବାକୁ ଉଦ୍ୟମ କରିଥିବା ବେଳେ ଗୋଡରେ ଗୋଡ ଛନ୍ଦି ହୋଇ ତଳେ ପଡିଯାଇ ଅଚେତ ହୋଇଯାଇଥିଲେ। ଏହାପରେ ରାସ୍ତାରେ ଯାଉଥିବା କିଛି ଅଫିସ କର୍ମଚାରୀ ଯୁବତୀଙ୍କୁ କରିଥିଲେ। ତେବେ ବର୍ତ୍ତମାନ ଯୁବତୀଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି । ବର୍ତ୍ତମାନ ସମସ୍ତଙ୍କର ଗୋଟିଏ ଚିନ୍ତା କେବେ କମିବ ଏହି ସବୁବେଳେ ଏହି ରୋଡ ରୋମିଓଙ୍କ ଦୌରାତ୍ମ୍ୟ।
ଅଧିକ ପଢନ୍ତୁ ; ଡିଭାଇଡରକୁ ପିଟିଲା କାର : ଜଣେ ମୃତ ଓ ୧ ଗୁରୁତର